ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ କବି ବିଦ୍ୟୁତପ୍ରଭା ଦେବୀ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ କଟକ: ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ କବି ବିଦ୍ୟୁତପ୍ରଭା ଦେବୀ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ରବିବାର ଦିବସବ୍ୟାପୀ ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନ ଅଧିବେଶନରେ ବିଶିଷ୍ଟ ଲେଖିକା ବନଜ ଦେବୀ ଉଦ୍ଘାଟିକା ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟୁତପ୍ରଭାଙ୍କ କବିତା କାଳେକାଳେ ହୃଦୟକୁ ଦ୍ରବୀଭୂତ କରୁଥିବ ବୋଲି ମତବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ଅଧିବେଶନରେ ବିଶିଷ୍ଟ ଲେଖିକା ଜୟନ୍ତୀ ରଥ ମୂଳ ଭାଷଣ ପ୍ରଦାନ କରିଥିଲେ । ସାହିତ୍ୟ ଅକାଦେମିର ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ, ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ସେହିପରି ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କ ପୌରୋହିତ୍ୟରେ ପରବର୍ତ୍ତୀ ତଥା ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ କବି ଗୌତମ ଜେନା, ବିଶିଷ୍ଟ କବି ଜ୍ଞାନୀ ଦେବାଶିଷ ମିଶ୍ର ଓ ଗଙ୍ଗାଧର ରଥ ଫାଉଣ୍ଡେସନ୍ ସଂପାଦିକା ସୁସ୍ମିତା ରଥ ବିଦ୍ୟୁତପ୍ରଭାଙ୍କ ସଂପର୍କିତ ପ୍ରବନ୍ଧ ପାଠ କରିଥିଲେ ।

ଧନ୍ୟବାଦ ଅର୍ପଣ କରିଥିଲେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ । ଦ୍ୱିତୀୟ ତଥା ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା ବିଶିଷ୍ଟ କବି ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ । ଏଥିରେ ପ୍ରବନ୍ଧ ପାଠ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧିକା ବୈଜୟନ୍ତୀ ନାୟକ, କବିତା ବାରିକ ଓ ସଂଜିତା ମିଶ୍ର ।

ଧନ୍ୟବାଦ ଦେଇଥିଲେ ଉତ୍କଳ ସାହିତ୍ୟ ସମାଜର ସଂଗଠନ ସଂପାଦକ ଶଶିକାନ୍ତ ରାଉତ । ସବୁ ଅଧିବେଶନରେ ପଠିତ ପ୍ରବନ୍ଧ କବି ବିଦ୍ୟୁତପ୍ରଭାଙ୍କ ଜୀବନ ଓ ସୃଜନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲା । ଏହି ଉପଲକ୍ଷେ ଦେଢ଼ଶହରୁ ଅଧିକ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦାନ କରିଥିବା ବେଳେ ସାହିତ୍ୟ ଅକାଦେମିର ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.