ଚା ଖଟିରେ ଅଞ୍ଚଳର ସମସ୍ୟା ଆଲୋଚନା 

ଓଡ଼ିଆ ବାର୍ତ୍ତା/ କଟକ ସଦର (ଜଗନ୍ନାଥ  ଆଚାର୍ଯ୍ୟ): କଟକ ସଦର ବିଧାନସଭା ଅନ୍ତର୍ଗତ ମହାନଗର ନିଗମର ନୂଆପଡ଼ା ୫୦ ନମ୍ବର ୱାର୍ଡର ନୂଆପଡା ଛକ ଠାରେ ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଏକ ଚା ଖଟିର ଆୟୋଜନ କରାଯାଇଥିଲା। ଏହି ଚା ଖଟିରେ ନୂଆପଡା ପାଖ ଆଖ ଅଂଚଳର ବହୁ ବୁଦ୍ଧିଜୀବୀ, ଯୁବକ, ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ଏହି ଅବସରରେ, କଟକ ସଦର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ସଭାପତି, ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥୀ, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ମନୋଜ କୁମାର ନାୟକ ଉକ୍ତ ଚା ଖଟିରେ ଯୋଗଦେଇ ସେମାନଙ୍କ ସୁଖ ଦୁଃଖ ତଥା ସ୍ଥାନୀୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ପ୍ରଫେସର ନାୟକଙ୍କ ସହୃଦୟତା ପୂର୍ଣ୍ଣ ବ୍ୟବହାର, ଉପସ୍ଥିତ ଜନସାଧାରଣଙ୍କୁ ଅତ୍ୟଧିକ ପରିମାଣରେ ପ୍ରଭାବିତ କରିଥିଲା। ଏହାର ପ୍ରତିକ୍ରିୟାରେ, ଲୋକମାନେ ମତବ୍ୟକ୍ତ କରିଥିଲେ କି, ପ୍ରଫେସର ନାୟକ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି କଟକ ସଦରବାସୀଙ୍କୁ ଉପଯୁକ୍ତ ନେତୃତ୍ୱ ପ୍ରଦାନ କରିପାରିବେ। ଆଗାମୀ ଦିନରେ ନିଶ୍ଚିତ ଭାବରେ କଟକ ସଦର ଅଞ୍ଚଳରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିବ ବୋଲି ଜନସାଧାରଣ ଆଶା ପୋଷଣ କରିଥିଲେ। ଏଥିରେ ସଂଗଠନର ଉପଦେଷ୍ଟା ବିଜୟ ନାୟକ ୟୁନିୟନ ଫର କଟକ ସଦର ଡେଭେଲପମେଣ୍ଟର ସମସ୍ତ ଆଗ ଧାଡ଼ିର ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.