ସନରାଇଜ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସନରାଇଜ ପବ୍ଲିକ ସ୍କୁଲର ୨୦ତମ ବାର୍ଷିକୋତ୍ସବ ବରମୁଣ୍ଡା, ରୁଚିକା ମାର୍କେଟ, ଦୁର୍ଗାମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବିଜେପି ରାଜ୍ୟ ସଚିବ ପ୍ରୀତି ପ୍ରତିଭା ଭୋଳ, ପ୍ରାକ୍ତନ ବିଧାୟକ ସରୋଜ ସାମଲ, କର୍ପୋରେଟର ଦୀପକ କୁମାର ମିଶ୍ର, ଗାୟିକା ଛନ୍ଦା ମିଶ୍ର, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ମାନପତ୍ର ପ୍ରଦାନ କରିଥିଲେ। ଡ଼ଃ. ଶ୍ରୀନିବାସ ଘଟୁୟାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ସମ୍ବୋଧନ ଓ ସଭା ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଶ୍ରାବଣୀ ପରିଡା। ସ୍କୁଲର ଅଧ୍ୟକ୍ଷା ସୁଷମା ବରାଳ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।  ସଂଗଠକ ଜ୍ଞାନେନ୍ଦ୍ର ବରାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବଟି ବେଶ ସୁଚାରୁରୂପେ ସମ୍ପାଦନ ହୋଇଥିଲା। ସ୍କୁଲର ଶିକ୍ଷୟତ୍ରୀ ଜୟନ୍ତୀ ସାହୁ, ଗୀତାଞ୍ଜଳୀ ସୁବୁଦ୍ଧି, ଦୀପିକା ମହାପାତ୍ର, ଲିପ୍ସା ମହାପାତ୍ର, ସଂଯୁକ୍ତା ମହନ୍ତ, ସ୍ଵର୍ଣ୍ଣଲତା ଦ୍ବିବେଦୀ, ଶବନାଜ ବେଗମ, କୁକୁମିନା ଦେ, ପ୍ରିୟଦର୍ଶିନୀ ପଟ୍ଟନାୟକ, ଲଷ୍ମୀପ୍ରିୟା ପରିଡା ଏବଂ ନିବେଦିତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନୃତ୍ୟ ନିର୍ଦ୍ଧେଶିକା ଅନିତା ଦେହୁରୀଙ୍କ ସଫଳ ଚେଷ୍ଟା ଦ୍ୱାରା ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଦର୍ଶକ ମାନଙ୍କ ମନୋରଞ୍ଜନ କରାଇଥିଲେ। ଶେଷରେ ଶିକ୍ଷୟତ୍ରୀ ସୁଚିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.