ଗମ୍ଭାରୀମୁଣ୍ଡା, କୁଲେଇ ଓ ଦେଓଗାଁ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ଗମ୍ଭାରୀମୁଣ୍ଡା, କୁଲେଇ ଓ ଦେଓଗାଁ ସେବା ସମବାୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଖରିଫ ଧାନମଣ୍ଡି‌କୁ‌‌ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ‌ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଚ଼ାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ସମ୍ଭବ‌ ଏବଂ ଚ଼ାଷ ଓ ଚ଼ାଷୀଙ୍କୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଗମ୍ଭାରୀମୁଣ୍ଡା ସେବା ସମବାୟ ସମିତିରେ ପ୍ରାକ୍ତନ ସଭାପତି ତଥା ଶିକ୍ଷାବିତ୍ ଶ୍ରୀ ଗୋଲକ ବିହାରୀ ପଟ୍ଟନାୟକ, ସଭାପତି ଶ୍ରୀ ଦେବେନ୍ଦ୍ର ହରିଚନ୍ଦନ, ଶ୍ରୀ ଶଉରୀ ଚ଼ରଣ ପ୍ରଧାନ, କୁଲେଇ ସେବା ସମବାୟ ସମିତିରେ ସଭାପତି ଶ୍ରୀ ହରିହର ସାହୁ, କୁଲେଇ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ପ୍ରକାଶ ବେହେରା, ନାଏବ ସରପଞ୍ଚ ଶ୍ରୀ ଜୟକୃଷ୍ଣ ପ୍ରତିହାରୀ, ଶ୍ରୀ ଅଜିତ ବେହେରା, ଦେଓଗାଁ ସମବାୟ ସମିତିରେ ସଭାପତି ଶ୍ରୀ ସୁକାନ୍ତ କୁମାର ବିଷୋୟୀ, ଦେଓଗାଁ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଶରତ ଛାଟୋଇ, ଶ୍ରୀ ଜଗନ ପାଟ୍ଟଶାଣୀଙ୍କ ସମେତ ଚ଼ାଷୀ ଭାଇ ଗଣ ଓ ଅଞ୍ଚଳର ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.