ମଧୁପୁରଠାରେ ବିଦ୍ୟାଳୟସ୍ତରୀୟ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷା, ସଂସ୍କାର, ଦିନଚର୍ଯ୍ୟା ସହିତ ଜୀବନ କୌଶଳ ଶିକ୍ଷା, ପାରମ୍ପରିକ ଓ ଆଧୁନିକ ଶିକ୍ଷାକୁ ପ୍ରାଥମିକତାର ସହିତ ଗ୍ରହଣ କରିବା ପିଏମଶ୍ରୀ ଯୋଜନାର ମୂଳ ଲକ୍ଷ୍ୟ। ଆଗାମୀ ଦିନରେ ଛାତ୍ରୀମାନଙ୍କ ମଧ୍ୟରେ ପାଠପଢ଼ା ସହିତ ଜୀବନ ଧାରଣର ମାନ ବୃଦ୍ଧି କରିବା ପାଇଁ ବିଦ୍ୟାଳୟରେ ଶୈକ୍ଷିକ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନୟନ ଏକ ଆବଶ୍ୟକତା ଓ ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ ମଧୁପୁରସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ବିଦ୍ୟାଳୟସ୍ତରୀୟ ପିଏମଶ୍ରୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିକଶିତ କଳାହାଣ୍ଡି ଓ ନୂଆପଡାର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ, ବିଶିଷ୍ଟ ଅତିଥି ଭାବେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଦିଲୀପ କୁମାର ଦୁବେ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱନାଥପୁର ଏକଲବ୍ୟ ମଡେଲ ସ୍କୁଲର ଅଧ୍ୟକ୍ଷ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟକାନ୍ତ ଭୁଏ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାର ସିଂହ, ଦେଓ ରଞ୍ଜନ ଶବର, ନର୍ଲା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ସୁନାମୁଦି, ଗୋବର୍ଦ୍ଧନପୁର ସମିତି ସଭ୍ୟା ସୁଚିତ୍ରା ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସ୍କୁଲ ପରିଚାଳନା କମିଟି ସଭାପତି ଜଗନ୍ନାଥ ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଶିକ୍ଷୟିତ୍ରୀ ସୋନାଲିକା ପାଢ଼ୀ ଓ ପାର୍ଥ ଶବର ସଭା ପରିଚାଳନା କରିଥିଲେ। ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁର ସଠିକ ଉପଯୋଗିତା, ନୂତନ ଓ ନବୀକରଣ ଉତ୍ସ, ଡିଜିଟାଲ ଇଣ୍ଡିଆର କାର୍ଯ୍ୟକାରିତା, ଆତ୍ମ ନିର୍ଭରଶୀଳତା, ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କିତ ଷ୍ଟଲଗୁଡ଼ିକୁ ଅତିଥିମାନେ ଉଦଘାଟନ କରିବା ସହିତ ବୁଲି ଦେଖିବା ସହିତ ପ୍ରଶଂସା କରିଥିଲେ। ଏହା ପରେପରେ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ରୀ ନିହାରୀକା ବିଶ୍ଵାଳ ଓ ଦଶମ ଶ୍ରେଣୀ ଛାତ୍ରୀ ଶୃତି ହରିଜନ ପରିଚାଳନା କରିଥିଲେ । କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା, ବିଦ୍ୟାଳୟର ଶିକ୍ଷକ ଦୁଷ୍ମନ୍ତ ସା, ମାମିନା ସାହୁ, ସସ୍ମିତା ସାହୁ, ମମତା ମାଝୀ, କାମସେନ ଭୋଇ, ସୁଧାଂଶୁ ସାସମଲ, ପରମାନନ୍ଦ ସାହୁ, ବସନ୍ତ ପାଣ୍ଡେ, ନୁରବତୀ ମାଝୀ, ଆଲୋକ ରଞ୍ଜନ ନନ୍ଦ, ଜ୍ୟୋତିର୍ମୟୀ ତ୍ରିପାଠୀ, ବିଶ୍ୱଭୂଷଣ ଷଣ୍ଢ, ସତ୍ୟବାଦୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.