ବିଜମାର ସ୍କୁଲରେ ପିଏମ ଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମାର ପିଏମ ଶ୍ରୀ ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପିଏମ ଶ୍ରୀ ଉତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ସଭାପତି କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମଧୁସ୍ମିତା ନାଏକଙ୍କ ତତ୍ୱାବଧାନ ରେ ପିଏମ ଶ୍ରୀ ଉତ୍ସବ -୨୦୨୬ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ର ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଜମାର ସରପଞ୍ଚ ବାଳକୃଷ୍ଣ ମାଝୀ ଓ ସଭାପତି ସ୍ୱାମୀ ବିବେକାନନ୍ଦ ଯୁବ ପରିଷଦ ବିଜମାର ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ପିଏମ ଶ୍ରୀ ଉତ୍ସବ, ପିଏମ ସ୍କୁଲ ଫର ରାଇଜିଂ ଇଣ୍ଡିଆର ପ୍ରଗତି ଏବଂ ସଫଳତାକୁ ପାଳନ କରେ ‌। ପ୍ରାଥମିକ ଲକ୍ଷ୍ୟଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଗୁଡ଼ିକରେ ସାମଗ୍ରିକ ଶିକ୍ଷା, ଅଭିଜ୍ଞତା ମୂଳକ ଶିକ୍ଷା, ଦକ୍ଷତା ବିକାଶ ଏବଂ ଆଧୁନିକ ଭିତିଭୂମି ପ୍ରଦର୍ଶନ କରିବା ଅନ୍ତର୍ଭୁକ୍ତ । ‘ଓଡ଼ିଶାରେ, ସ୍କୁଲ-ସ୍ତରୀୟ ଉତ୍ସବ ସ୍ଥାନୀୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ, ଉନ୍ନତ ସୁବିଧା ଭଳି ଉନ୍ନୟନକୁ ସ୍ଵୀକୃତି ଦିଏ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ଉତ୍କର୍ଷତା ଏବଂ ମୂଲ୍ୟବୋଧ ଆଡ଼କୁ ପ୍ରେରଣା ଦେଇଥାଏ ବୋଲି ଅତିଥିମାନେ କହିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମାଝୀଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ କଲମପୁର ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବିଶିଷ୍ଟ ସମ୍ମାନିତ ଅତିଥି ଭାବେ କଲମପୁର ତହସିଲଦାର ସ୍ମରଣିକା ତୁଳ, କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକ, ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ କୁଳମଣି ମାଝୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ ବେହେରା ପିଏମ ଶ୍ରୀ ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜମାର ଅଧ୍ୟକ୍ଷ ମୁରଲୀଧର କଣ୍ଟା ଓ +୨ ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ ମିଶ୍ର ପ୍ରମୁଖ ଯୋଗଦେଇଥିଲେ! ଏବଂ ବିଭିନ୍ନ ବିଭାଗର ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଶ୍ରୀନିବାସ ପଣ୍ଡା ଏହି କାର୍ଯ୍ୟକ୍ରମ ର ମଂଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.