୨୮ତମ କଳାହାଣ୍ଡି ଉତ୍ସବ “ଘୁମୁରା-୨୦୨୬” ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଭବାନୀପାଟଣା ସ୍ଥିତ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି। ଏହି ପ୍ରତିଯୋଗିତା ର ଆୟୋଜକ ଜିଲ୍ଲା ପ୍ରଶାସନ ରହିଥିବା ବେଳେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ହେଉଥିବା ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଉପ-ଜିଲ୍ଲାପାଳ ପ୍ରଭାତ କୁମାର ପରିଡା। ସମ୍ମାନିତ ଅତିଥି ଭାବରେ ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଏବଂ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଡା. ଅଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ସର୍ବପ୍ରଥମେ ସଂଘ ତରଫରୁ ସଭାପତି ପ୍ରଦୀପ ଦାସ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଏବଂ ସ୍ମାରକୀ ଦେଇ ସ୍ୱାଗତ, ସମ୍ବର୍ଦ୍ଧନା କରିଥିଲେ। ଏହାପରେ ମା ମାଣିକେଶ୍ବରୀଙ୍କ ଫୋଟୋ ଚିତ୍ରରେ ଅତିଥିଗଣଙ୍କ ଦ୍ୱାରା ଧୂପ ଏବଂ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ସ୍ୱାମୀ ବିବେକାନନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ଅବସରରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା। ପ୍ରତିଯୋଗିତା ର ସାଙ୍ଗଠନିକ ସମ୍ପାଦକ ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ରେଫରୀ ତଥା ସଂଘର ଉପସଭାପତି ସମୀର ସାହୁ, ପ୍ରତିଯୋଗିତା ର ସଂଯୋଜକ ଦୀପକ ସାଗର କୁମାର,ପୂର୍ବତନ ସଭାପତି ମନୋରଞ୍ଜନ ଦାସ ଏବଂ ଅନ୍ୟାନ୍ୟ ପଦାଧିକାରୀ ତଥା ସଦସ୍ୟଗଣ ବିଭିନ୍ନ ଦାୟିତ୍ୱ ମାନ ନେଇ ସହଯୋଗ କରିଥିଲେ। ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଭାବରେ ଜୟ ପ୍ରକାଶ ଜେନା, ଜଲୀ ପରାଭୋଇ, ଶିବାନୀ ଭାଟି, ରୋସାଲିନ ନାୟକ, ଅନନ୍ୟା ବେହେରା, ଶୁଭମ ପଣ୍ଡା, ରଜନୀକାନ୍ତ ଦାସ, ନିଖିଳ ସାହୁ, ଏବଂ ଦମନ୍ତୀ ବାଗ ଆଦିଙ୍କୁ ଅମ୍ପାୟାର ଭାବରେ ସଂଘ ତରଫରୁ ଦାୟିତ୍ୱ ଦିଆଯାଇଥିଲା। ସୂଚନା ଥାଉକି ଆଜିର ଏହି ପ୍ରଥମ ଦିନରେ ୟୁ୧୧, ୟୁ ୧୩, ୟୁ ୧୭, ସାଧାରଣ ବିଭଗ, ଭେଟେରାନ ବିଭାଗ, ମହିଳା ବିଭାଗ ର ସମସ୍ତ ଖେଳ ମିଶି ସର୍ବମୋଟ ୮୬ ଗୋଟି ମ୍ୟାଚ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.