ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତ ର ପୂଜୀପଦର ଗ୍ରାମର ଯୁବ ସାମାଜିକ କର୍ମୀ ବିପିନ ମାହାର ଙ୍କୁ ନର୍ଲା ବ୍ଲକ ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ୨୮ ତମ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚରେ ରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ। ବିପିନ ମାହାର ତରୁଣାବସ୍ଥା ରୁ ରୋଗୀସେବା ଭଳି ମହାନ ସେବାରେ ମନୋନିବେଶ କରି ଆସିଥିବା। ‘ରକ୍ତଦାନ-ମହତଦାନ’ର ଯଥାର୍ଥତା ରକ୍ଷାପୂର୍ବକ ଅଗଣିତ ରୋଗୀ ମାନଙ୍କୁ ସ୍ୱରକ୍ତ ଦାନ ଓ ଓ ସଂଗୃହିତ ରକ୍ତ ଦାନ କରି ଜୀବନ ରକ୍ଷାକାରୀ ଭାବରେ ସର୍ବଜନାଦୃତ ହୋଇପାରିଛନ୍ତି ସେ। ନିଃସାର୍ଥପର ରୋଗୀ ସେବା ଓ ଅକୁଣ୍ଠିତ ସାହାଯ୍ୟ ପାଇଁ ସାରା ଜିଲ୍ଲାରେ ତାଙ୍କର ଭୂୟସୀ ପ୍ରଶଂସା। ଅପହଞ୍ଚ ଇଲାକାର ଅବହେଳିତ ଗାଁ ରେ ପହଞ୍ଚି ଜାଡ ରେ ପୀଡିତ ଦୀନ, ଦୁଃଖି, ଗରୀବ ଓ ବୁଢ଼ାବୁଢ଼ୀ ମାନଙ୍କୁ କମ୍ବଳ ବଣ୍ଟନ କରିବା ଭଳି ମହତ କାର୍ଯ୍ୟ କରି ଯୁବ ସାମାଜିକ କର୍ମୀ ଶ୍ରୀ ମାହାର ବେଶ ଚର୍ଚ୍ଚାରେ। ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ନର୍ଲା ବ୍ଲକ ର ୨୮ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ମଞ୍ଚରେ ୯ ଜଣ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରୀ ମାହାରଙ୍କୁ ସମ୍ୱର୍ଦ୍ଧିତ କରିଛି ଉତ୍ସବ କମିଟି।





