ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିର ସୁରେନ୍ଦ୍ର ସାଏ ଚକ୍ଷୁ ସ୍କ୍ରିନିଙ୍ଗ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ କାର୍ଯ୍ୟାଳୟ ଜୟପାଟଣା ଆନୁକୁଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲ ପାଲି ଠାରେ ତିନୋଟି କ୍ଳଷ୍ଟର ର ୨୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍କ୍ରିନିଙ୍ଗ ଶିବିର ଗୋଷ୍ଠୀ ସମ୍ବଳ ସଂଯୋଜକ ପ୍ରସନ୍ନ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ଉକ୍ତ ରେଙ୍ଗାଲ ପାଲି ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଉଦଘାଟନ କରିଥିବା ବେଳେ ଶିବିର ରେ କଲମ ପୁର ଅପଥାଲମିକ ଡକ୍ଟର ମଙ୍ଗୁଳି ଚରଣ ସାହୁ, କୋକସରା ରୁ ବଳରାମ ଠାକୁର ପରମ ଜ୍ୟୋତି ଠାକୁର, ଫାର୍ମାସିଷ୍ଟ ଆଇ,ବି ଏସ୍ କେ ଜୟପାଟଣା ରୋହିତ ରଞ୍ଜନ ବାଗ,ଆଇ,ଭି ହେମନ୍ତ କୁମାର ଶବର ପ୍ରମୁଖ ଉପସ୍ଥିତ ରହି ୨୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ଚକ୍ଷୁ ପରିକ୍ଷା କରାଯାଇ ୫୫ ଜଣ ଛାତ୍ରଛାତ୍ରୀ ଚଷମା ପାଇଁ ଯୋଗ୍ୟ ଚିହ୍ନଟ କରାଯାଇଥିଲା।ପାଞ୍ଚ ଜଣ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଗଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶଶୀଭୂଷଣ ଦଳପତି ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.