୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ପାଇଁ ଲାଞ୍ଜିଗଡ଼ ଭୈରବ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୮ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଅବ୍ୟବହିତ ପୂର୍ବରୁ ବିଭିନ୍ନ ପ୍ରସିଦ୍ଧ ପୀଠରୁ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହିକ୍ରମରେ ଆଜି ଲାଞ୍ଜିଗଡ଼ ସ୍ଥିତି ସୁପ୍ରସିଦ୍ଧ ଭୈରବ ପୀଠରେ ମୁଖ୍ୟ ପୂଜକ ଅଭିମନ୍ୟୁ ପାତ୍ର ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ପରେ ଭୈରବଙ୍କ ପ୍ରତୀକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ଵତୀ ମୁଣ୍ଡା, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ,ନାଏବ ସରପଞ୍ଚ ହରେକୃଷ୍ଣ ନାଏକ,ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ,ସମାଜସେବୀ ଚନ୍ଦ୍ରମଣି ମହାଖୁଡ, ଲାଞ୍ଜିଗଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ମ ମେହେର,ପିତାମ୍ବର ଦଳେଇ,ୱାଡ଼ ସଭ୍ୟ ଧନିଆଁ ମାଝୀ, ଚନ୍ଦ୍ର ନାଏକ,ସାମ୍ବାଦିକ କ୍ଷମାନିଧି ମହାଖୁଡ ସମେତ ଲାଞ୍ଜିଗଡ଼ ଅଞ୍ଚଳବାସୀ ଉପସ୍ଥିତ ରହିଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା ପ୍ରଗତିୟୁବା କେନ୍ଦ୍ର ସୁଶୀଲ ପ୍ରଧାନ,ନବୀନ ସାହୁ ସହିତ ଲାଞ୍ଜିଗଡର ସୁବାଷ ଚନ୍ଦ୍ର ଅଗ୍ରୱାଲ ଓ ଚନ୍ଦ୍ରମଣି ମହାଖୁଡ ପ୍ରମୁଖ ଭୈରବ ପୀଠରୁ ଭୈରବଙ୍କ ମଶାଲକୁ ସ୍ୱାଗତ କରିବା ସହିତ ପାଛୋଟି ନେଇ ଭବାନୀପାଟଣା ଅଭିମୁଖେ ବାହାରି ଥିଲେ। ସେହିପରି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଡିଓ ଶଶାଙ୍କ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାରସିଂହ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ, ମହାପାତ୍ର, ମିଶନ ଶକ୍ତି ବିପିଏମ୍ ଆୟୁଷକାନ୍ତ ବେହେରା, ବିଶ୍ଵନାଥପୁର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ସାହୁ, ବରିଷ୍ଠ ନାଗରିକ ବଳରାମ ବେହେରା, ସମାଜସେବୀ ଲକ୍ଷ୍ମୀନାରାୟଣ ସନ୍ତୋଷରାୟ, ଅନନ୍ତ ପ୍ରଧାନୀଙ୍କ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ, ମିଶନଶକ୍ତିର ମହିଳା ମାନେ ଉପସ୍ଥିତ ରହି ମଶାଲଯାତ୍ରାକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେହିପରି ସିକେରକୁପଠାରେ ଲାଞ୍ଜିଗଡରୋଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତିଙ୍କ ସମେତ ମହିଳା ମାନେ ଉପସ୍ଥିତ ରହି ମଶାଲଯାତ୍ରାକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେହିପରି କିଡିଙ୍ଗ ଛକରେ ଲାଞ୍ଜିଗଡରୋଡ଼ ସରପଞ୍ଚ ସୁଶୀ ମମତା ଶବରଙ୍କ ସମେତ ଈଶ୍ଵର ବଗର୍ତ୍ତୀ, ଭୃତେଶ୍ଵର ଶବର, ମୋହିନୀ ବଗର୍ତ୍ତୀ, ଆରତୀ ବଗର୍ତ୍ତୀ, ସନ୍ତୋଷିନୀ ଗହିର ହେମଲତା ବାଗ ପ୍ରମୁଖ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ଜଣାଇଥିଲେ। ସେଠାରୁ ବାହାରି ନର୍ଲା ବ୍ଲକ ସାନ୍ତପୁର ଠାରେ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଜି ସେଠାରେ ରାତ୍ରି ଜାପାନ କରିବା ପରେ ଆସନ୍ତାକାଲି ଏହି ଅଭିଯାତ୍ରୀ ଦଳ ସଦର ବ୍ଲକ ମେଦିନୀପୁର ଦେଇ ଭବାନୀପାଟଣା ପହଞ୍ଚିବା ପରେ ଉତ୍ସବ ସ୍ଥଳ ରେଣ୍ଡୋ ମାଝୀ ମଞ୍ଚରେ ସ୍ଥାପନ କରାଯିବ ବୋଲି ମଶାଲ ସବକମିଟି ତରଫରୁ ସୂଚନା ମିଲଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.