ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ପାଳିତ ହେଲା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲା ଠାରେ ଇଂରାଜୀ ବିଭାଗର ଅଧ୍ୟାପିକା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ମାନଙ୍କୁ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଗାଡି ଚଲେଇଲା ବେଳେ ରାସ୍ତାର ନିୟମ ମାନି ଗାଡି ଚଲାଇବା ଉଚିତ ବୋଲି କହିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ସୁଶାନ୍ତ କୁମାର ସାହୁ ଦ୍ରୁତ ଗତି ମହାବିପତି ବୋଲି କହିଥିଲେ। ଶିକ୍ଷା ବିଭାଗର ଅଧ୍ୟାପିକା କୌଶାଲ୍ୟା ଗଡ଼ବ ଗୋଟିଏ ଅସାବଧାନ ମୁହୂର୍ତ୍ତ ଅନେକ ମୁହଁରୁ ହସ ଛଡାଇ ନେଇପାରେ କିନ୍ତୁ ଗୋଟିଏ ସଚେତନ ପଦକ୍ଷେପ ଅନେକ ଘରକୁ ଆଲୋକ ଦେଇପାରେ ବୋଲି କହିଲେ। ଭୂଗୋଳ ଅଧ୍ୟାପିକା ସଂଘମିତ୍ରା ପଣ୍ଡା ସଡ଼କରେ ଯାତାୟାତ କରୁଥିବା ବେଳେ ଗାଡି ଚାଲୁଥିବା ସମୟରେ ମୋବାଇଲ ବ୍ୟବହାର କରିବା ଅନୁଚିତ ବୋଲି କହିଥିଲେ।କ୍ରୀଡା ଶିକ୍ଷକ କ୍ଷିତୀଶ ଚନ୍ଦ୍ର ବଗର୍ତ୍ତୀ ଗାଡି ଚଳାଇବା ପୂର୍ବରୁ ସମସ୍ତ କାଗଜ ପତ୍ର ଠିକଥିବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ମନୋଜ କୁମାର ନନ୍ଦ, ରବି ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.