ସୋନପୁରରେ ସରସ୍ବତୀ ନର୍ସିଂ ହୋମ୍ ର ଶୁଭ ଉଦଘାଟନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସହରରେ ସରସ୍ଵତୀ ନର୍ସିଂ ହୋମ ଉଦଘାଟିତ ହୋଇଯାଇଛି । ସୋନପୁରର ନୂତନ ମୂଖ୍ୟ ଚିକିତ୍ସାଳୟ ପାଖ ବାଏ ପାସ୍ ରାସ୍ତାରେ ଶୁଭାରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମରେ  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନସିଂ ହୋମକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ଯୁଗଳେଶ୍ୱରୀ ଦାଶ ଯୋଗ ଦେଇଥିଲେ । ପରେ ପରେ ଓଡ଼ିଶାର ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ଦତ୍ତେଶ୍ୱର୍ ହୋତା ନର୍ସିଂ ହୋମ ପରିଦର୍ଶନରେ ଆସି ଆୟୋଜକ ଡାକ୍ତର ଓ ଉପସ୍ଥିତ ଜନ ସାଧାରଣ ଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ନର୍ସିଂ ହୋମରେ ୨୪ ଘଣ୍ଟିଆ ଜରୁରୀ କାଳୀନ ସେବା ସହ ଆମ୍ବୁଲାନ୍ସ ସେବା ଏବଂ ପ୍ରଥମ ପର୍ଯ୍ୟାୟ ରେ ମୂତ୍ର ରୋଗ ବିଭାଗ, ଶଲ୍ୟ ଚିକିତ୍ସା ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଶିଶୁ ରୋଗ ବିଭାଗ ଖୋଲିଥିବା ବେଳେ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ, ସ୍ତ୍ରୀ ରୋଗ ଲାପ୍ରୋସ୍କୋପି, ଅସ୍ଥିଶଲ୍ୟ ଅସ୍ତ୍ରୋପଚାର, ମୂତ୍ର ରୋଗ ଅସ୍ତ୍ରୋପଚାର, ଏସଏନ-ସିୟୁ ଆଣ୍ଡ ଫଟୋଥରାପି, ଲାପ୍ରୋସ୍କୋପି ସର୍ଜରୀ, ୟୁରୋଲଜି ସର୍ଜରୀ, ଭିଆଇପି ଡିଲକ୍ସ ୱାର୍ଡ଼ ଉପଲବ୍ଧ ଥିବା ନସିଂ ହୋମର ଏମଡି ରିତୁ ଦାଶ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.