ଶ୍ବେତାଲିସା ଶୁଭଦର୍ଶିନୀ ଗ୍ରହଣ କଲେ ଅରୁନ୍ଧତୀ ଯୁବ ପ୍ରତିଭା ସମ୍ମାନ

ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ଅରୁନ୍ଧତୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ଅନ୍ୟତମ ଅଗ୍ରଣୀ କଳା ଅନୁଷ୍ଠାନ ‘ଅରୁନ୍ଧତୀ କଳା ସଂସଦ’ ପକ୍ଷରୁ ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ଅରୁନ୍ଧତୀ ଉତ୍ସବ ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସୂଚନା କମିଶନର ପ୍ରାଣବିନ୍ଦୁ ଆଚାର୍ଯ୍ୟ, ବିଶିଷ୍ଟ ଅତିଥି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ଅଧ୍ୟକ୍ଷ ଡକ୍ଟର ଲଳିତ ଦାସ, ସମ୍ମାନିତ ଅତିଥି ଗ୍ରୀଡକୋର ନିର୍ଦେଶକ(ବାଣିଜ୍ୟ ଓ ବ୍ୟବସାୟ ବିକାଶ) ଇଂ ଗିରିଶ ତନ୍ତି ଯୋଗ ଦେଇଥିଲେ। ସଂସଦର ସଭାପତି ହର୍ଷବର୍ଦ୍ଧନ ଉଦ୍‌ଗାତା ଏଥିରେ ପୌରୋହିତ୍ୟ କରିଥିବା ବେଳେ ସାଧାରଣ ସମ୍ପାଦକ ଦେବାନନ୍ଦ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ। ବକ୍ତାମାନେ ଅଭିଭାଷଣରେ କଳା, ସଂସ୍କୃତିକୁ ବଞ୍ଚାଇବାରେ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଶିଷ୍ଟ ଶାସ୍ତ୍ରୀୟ ମର୍ଦ୍ଦଳ ବାଦକ ଓ ପ୍ରଶିକ୍ଷକ ଗୁରୁ ଡକ୍ଟର ଗୌରାଙ୍ଗଚରଣ ମହଲା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ଓ କଣ୍ଠଶିଳ୍ପୀ ଗୁରୁ ବିଭୁଦତ୍ତ ନାୟକ, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ କଣ୍ଠଶିଳ୍ପୀ ଗୁରୁ ପ୍ରଶାନ୍ତ କୁମାର ସାମଲ, ନାଟ୍ୟ ନିର୍ଦେଶକ ଲାଲା ବିରେନ୍ ରାୟ, ଗବେଷକ ପ୍ରଫେସର ଶରତଚନ୍ଦ୍ର ପରିଡ଼ାଙ୍କୁ ଅରୁନ୍ଧତୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟତମ ପ୍ରତିଭାସମ୍ପନ୍ନ କଣ୍ଠଶିଳ୍ପୀ ଶ୍ବେତାଲିସା ଶୁଭଦର୍ଶିନୀଙ୍କୁ ‘ଅରୁନ୍ଧତୀ ଯୁବ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭା ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଫେସର ଜବାହର ମିଶ୍ର ଓ ଶ୍ରୀନିବାସ ଶତପଥୀ ଶାସ୍ତ୍ରୀୟ ବଂଶୀବାଦନ(ଯୁଗଳବନ୍ଦୀ) କରିଥିବା ବେଳେ ଗୁରୁ କୁଳମଣି ମିଶ୍ର ତବଲାରେ ସହଯୋଗ କରିଥିଲେ। ସେହିପରି ବାଦ୍ୟବାଣୀ ଅନୁଷ୍ଠାନର ଗୁରୁ ଧନେଶ୍ବର ସ୍ବାଇଁ ଓ ସାଥୀ କଳାକାର ତାଳବାଦ୍ୟ ବିଚିତ୍ରା ପରିବେଷଣ କରିଥିଲେ। ଶେଷରେ ଶ୍ବେତାଲିସା ଦୁଇଟି ଭଜନ ପରିବେଷଣ କରିବା ସହ କାର୍ଯ୍ୟକ୍ରମ ସରିଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସଦସ୍ୟଗଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସହରର ବହୁ କଳାପ୍ରେମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.