ଘୁଗୁରପଳା ହାଇସ୍କୁଲ ମ୍ୟାଟ୍ରିକ ୨୦୧୦ ବ୍ୟାଚର ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ସ୍ଥିତ ଘୁଗୁରପଳା ଉଚ୍ଚ ବିଦ୍ୟାଳୟ ପରିସରରେ ମ୍ୟାଟ୍ରିକ ୨୦୧୦ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଛାତ୍ର ଛାତ୍ରୀ ପରିବାର ବର୍ଗ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ୧୬ ବର୍ଷର ପୁରୁଣା ସ୍ମୃତିକୁ ମନେପକାଇ ସମସ୍ତେ ଆତ୍ମବିଭୋର ହୋଇଯାଇଥିଲେ। ପରେ ଛାତ୍ରୀ ମାନଙ୍କ ଦ୍ୱାରା ମ୍ୟୁଜିକ ଚେୟାର ପ୍ରତିଯୋଗିତା, ନାଚଗୀତ ରଖି ପୁରୁଣା ସ୍ମୃତିକୁ ସାଉଁଟିବାର ପ୍ରୟାସ କରିଥିଲେ। ଆଜୀବନ ପ୍ରତିବର୍ଷ ବନ୍ଧୁମିଳନ ଉତ୍ସବର ସଂକଳ୍ପ ନେଇ ସମସ୍ତେ ବିଦାୟ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପୂର୍ବତନ ସଭାପତି ରୂପାଧର ସାହୁ, ସମ୍ପାଦକ ତରଣୀସେନ ପାତ୍ର, ସମ୍ମାନୀତ ଅତିଥିଭାବେ ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ମହେନ୍ଦ୍ର ଶିଖା ଓ ଲଳିତ ପ୍ରସାଦ ସାହୁ। ନୀଳାମ୍ବର ସାହୁଙ୍କ କୋହ, ବେଦନା ଭରା ଅଭିଭାଷଣରେ ରୋଲନମ୍ବର-୧ ସ୍ୱର୍ଗତ ଛାତ୍ର ସୀତାରାମ ସାହୁଙ୍କ ଚିରଦିନ ପାଇଁ ଅନୁପସ୍ଥିତିର ଦୁଃଖ ସମସ୍ତଙ୍କୁ ଭାବବିହ୍ୱଲ କରିଥିଲା।ଦୋଳଗୋବିନ୍ଦ ସାହୁ, ରଙ୍ଗାଧର ସା, ଅଲେଖ ନାଏକ, ଲଳିତ ପାତ୍ର, ଭୋଦେବ ସାହୁ, ବିସିକେଶନ ବଗର୍ତି, ଛବିଳାଲ ବଗର୍ତି, ଅକ୍ଷ ବେଶ୍ରା, ପୋଲସ୍ତି ବାଗ, ମୋତିରାମ ଶବର, ନନ୍ଦି କଟା, ଘୁଲୁ ମାଝୀ, ତପନ ନାଏକ, ଧର୍ମୁ ମହାନନ୍ଦ, ମଣ୍ଟୁ ବଗର୍ତି, ଚୂଲେଶ୍ୱର ବଗର୍ତି, ଅଚୁତ ବଗର୍ତି, ଦୁଷ୍ମନ୍ତ ବଗର୍ତି, ଗୋଲାପୀ ସାହୁ, ପୁଷ୍ପାଞ୍ଜଳି ସାହୁ, ନଳିନୀ ସାହୁ, ନମିତା ପାତ୍ର, ଅନୁଶୟା ସାହୁ, ଜୋତିରମଇ ସାହୁ, ତିଲୋତ୍ତମା ବାଗ, ନମିତା ବାଗ, ଝିଲି ପାତ୍ର, ରଶ୍ମିତା ସାହୁ, ଉପାସି ହେର୍ଣ୍ଣା ଏହି କାର୍ଯ୍ୟକ୍ରମ ନେତୃତ୍ୱ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.