ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଐତିହାସିକ ବାରବାଟୀ ଦୁର୍ଗ ନାମରେ ନାମିତ ‘ବାରବାଟୀ ନୃତ୍ୟୋତ୍ସବ’ର ୨୬ତମ ଉତ୍ସବ କଟକସ୍ଥ ସାରଳା ଭବନରେ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃତ୍ୟଗୁରୁ ପ୍ରିୟରଞ୍ଜନ ଦାସଙ୍କ ସଭାପତିତ୍ବରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଗୁରୁ ନିମକାନ୍ତ ରାଉତରାୟ , ଓଡ଼ିଶା ଇଫକୋ ଅଧିକାରୀ ପ୍ରସନ୍ନ କୁମାର ବେଉରା ଓ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସଙ୍ଗୀତ ଶିଳ୍ପୀ ଡକ୍ଟର ସଙ୍ଗୀତା ଗୋସ୍ଵାଇଁଙ୍କ କରକମଳରୁ ଓଡ଼ିଶାର ସୁପ୍ରତିଷ୍ଠିତ ସାହିତ୍ୟିକା ଛବିରଣୀ ପତି ସ୍ଵତନ୍ତ୍ର ଭାବରେ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ମର୍ଯ୍ୟାଦା ଜନକ ୨୦୨୬ ବାରବାଟୀ ନୃତ୍ୟୋତ୍ସବ ଲିଟେରାରୀ ଆୱାର୍ଡ଼ ପାଇ ସମ୍ମାନିତ ହୋଇଛନ୍ତି । ଏଥିପାଇଁ ଶ୍ରୀମତୀ ପତିଙ୍କୁ ସାହିତ୍ୟିକ ବନ୍ଧୁ ମାନେ ଶୁଭେଚ୍ଛା ଜଣାଇଛନ୍ତି।





