ସାଧାରଣତନ୍ତ୍ର ଦିବସ ପାଳନ ଓ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସାମୁହିକ ବନ୍ଦେ ମାତରଂ ଗାନ ପାଇଁ ନର୍ଲା ବ୍ଲକରେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରେ ସାମୁହିକ ସାଧାରଣତନ୍ତ୍ର ଦିବସ ପାଳନ ଓ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସାମୁହିକ ବନ୍ଦେ ମାତରଂ ଗାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଇଇ ସୁଧାଂଶୁ ମହାଲି, ସେକ୍ସନ ଅଫିସର ସୁଦର୍ଶନ ରାଉତ, ଏବିଇଓ ଗୋବର୍ଦ୍ଧନ ମାଝୀ, ଜିପିଡିଓ ଯଦୁମଣି ନାଏକ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଶିକ୍ଷାବିତ ବଦ୍ରୀପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆସନ୍ତା ୨୦ ଜାନୁଆରୀରେ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ବନ୍ଦେ ମାତରଂ ଗାନ ପାଇଁ ବ୍ଲକ ପରିସରରେ ୧୫୦୦ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ନେଇ ବନ୍ଦେ ମାତରଂ ଗାନର ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହେଇଛି। ଏହାବାଦ ୭୭ ତମ ସାମୁହିକ ସାଧାରଣତନ୍ତ୍ର ଦିବସ ନର୍ଲା ମିନି ଷ୍ଟାଡିୟମରେ ପାଳନ ନେଇ ଉପସ୍ଥିତ ବୁଦ୍ଧିଜୀବୀ ଓ ବିଦ୍ୟାଳୟ ଗୁଡିକର ଶାରୀରିକ ଶିକ୍ଷକ ମାନଙ୍କୁ ନେଇ ଏହା ପାଳନର ରୂପରେଖ ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ବର୍ଷ ଅନୁଷ୍ଠିତ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଅନୁଷ୍ଠିତ ବୈଠକର ବିବରଣୀ ପଠନ କରିଥିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ବେହେରା। ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ପ୍ରଭାତ ଫେରି, ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ ୨୧/୧ ରେ ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହେଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଆଶୁତୋଷ ପ୍ରଧାନ, ଡିଗ୍ରୀ ମହାବିଦ୍ୟାଳୟର ପିଇଟି କ୍ଷିଟିଶ ବଗର୍ତ୍ତି, ନର୍ଲା ହାଇସ୍କୁଲ ପି ଇ ଟି ପୃଥିରାଜ ନାଏକ, ଟିପିଡବ୍ଲୁଓଡିଏଲ ର କନିଷ୍ଠ ଯନ୍ତ୍ରୀ ଆକାଶ ମିଶ୍ର, ସିଡିପିଓ ଅଞ୍ଜଳୀ ପଟ୍ଟନାୟକ, ଗୁରୁଜୀ ଜୟଦେବ ପୋଢ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରା ନନ୍ଦ ନାଏକ, ସୁକାନ୍ତି ବିଶ୍ଵାଳ, ଏଇ ଅନନ୍ତ ଚରଣ ମହାଲିକ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବିଏସଏସଓ ଶ୍ରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.