ରୁପ୍ରାରୋଡର ଧର୍ମ ପରାୟଣା ମହିଳା ସକୁନ ଦେବୀ ଶର୍ମାଙ୍କ ଦେହାନ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡର ଧର୍ମ ପରାୟଣା ମହିଳା ସକୁନ ଦେବୀ ଶର୍ମାଙ୍କ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘଦିନ ଧରି ବିଭିନ୍ନ ରୋଗରେ ଆକ୍ରାନ୍ତ ରହି ଶଯ୍ୟାଶାୟୀ ଥିଲେ। ଶୁକ୍ରବାର ଭୋର ୪ ଟା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ଵର୍ଗତ ଶର୍ମା ନର୍ଲା କଂଗେସର ଯୁବନେତା ନୀରଜ ଶର୍ମା (ସାନୁ)ଙ୍କ ବଡ଼ ମା ଅଟନ୍ତି। ପୁଅ ରାଜେଶ, ଝିଅ ବବିତା, କମଲ, ପୁତୁରା ସାନୁ, ଧିରଜ, ସୁରଜ, ତିନି ବୋହୁ, ନାତି ନାତୁଣୀ ଓ ଦେବୀଦେବ ଶର୍ମା ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ପିସିସି ସଭାପତି ଭକ୍ତ ଚରଣ ଦାସ, ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ, ସୁଧିର ନାଏକ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.