ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ଯାମଖୁଣ୍ଟା ତ୍ରି ଦିବସିୟ ଗୋପଳିଲା ପାରାୟଣ ଚାଲିଛି। ଷୋହଳ ତାରିଖ ଠାରୁ ଆରମ୍ଭ ହୋଇ ଏହା ଅଠର ତାରିଖ ପର୍ଯ୍ୟନ୍ତ ଚାଲିବ। ଦୂର ଦୁରାନ୍ତରୁ ଭକ୍ତ ଓ ବାବା ମାନଙ୍କ ସମାଗମ ଦିଖିବାକୁ ମିଳୁଛି। ସକାଳ ଆଠଟାରେ ମହାରାଜ ପ୍ରକାଶ ଯାଦବଙ୍କ ଦ୍ୱାରା ଗୋପଲିଳା ପାରାୟଣ ପଠନ କରାଯାଉଛି ଓ ୩ଟା ସମୟରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ସମୟରେ ବାଳକ ଦାସ ବାବା ଓ ପୀତବାସ ମହାକୁରଙ୍କର ପ୍ରବଚନ ହେବା କମିଟି ସ୍ଥିର କରିଛନ୍ତି। ପୂଜକ ଭାବେ ଯୁଗେନ୍ଦ୍ର ମିଶ୍ର, ପୂଜା କର୍ତ୍ତା ଯୁଗେଶ୍ୱର ବଗର୍ତ୍ତୀ, ଚନା ବଗର୍ତ୍ତୀ ଥିବାବେଳେ ଗ୍ରାମବାସୀ ସହଯୋଗ କରିଛନ୍ତି।





