ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶରେ ଆଗରୁ କୌଣସି ମୋବାଇଲ କିମ୍ବା ଇଣ୍ଟେର୍ନେଟ ବ୍ୟବସ୍ଥା ନଥିଲା ସେହି ସମୟରୁ ଭାରତୀୟ ଡ଼ାକ ବିଭାଗ ଲୋକଙ୍କ ପାଇଁ ଜରୁରୀ କାଳୀନ ଡାକ ସେବା ଯୋଗାଇ ଆସୁଛି। ସେହିପରି ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ଅଞ୍ଚଳରେ ମୋବାଇଲ ଓ ଇଣ୍ଟେର୍ନେଟ ସେବାରୁ ବଞ୍ଚିତ ଥିବା ଲୋକଙ୍କ ପାଇଁ ଡ଼ାକ ସେବା ହିଁ ଏକ ମାତ୍ର ଯୋଗାଯୋଗର ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ତେବେ ଇଣ୍ଟେର୍ନେଟ ଦୁନିଆଁରେ ଡିଜିଟାଲ କ୍ଷେତ୍ରରେ ଦେଶ ଯେତେ ଆଗକୁ ବଢ଼ିଥିଲେ ମଧ୍ୟ୍ୟ ଦେଶର କୋଟି କୋଟି ଜନସାଧାରଣ ଡାକସେବା ଉପରେ ନିର୍ଭର କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଦିନକୁ ଦିନ ଡାକ ବିଭାଗ ଦେଶରେ ନୂତନ ନିଯୁକ୍ତି ସମେତ ନୂତନ ପୋଷ୍ଟ ଅଫିସ ଖୋଲୁ ଥିବା ବେଳେ ଆଜି କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଦୁର୍ଗମ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଲିମା ଓ ପାହାଡପଦର ପଞ୍ଚାୟତ ସିମେଲପଦର ଗାଁରେ ନୂତନ ଶାଖା ଡାକ ଘର ଶୁଭାରମ୍ଭ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ସବଡ଼ିଭିଜନ ଡ଼ାକ ନିରୀକ୍ଷକ ରମେଶ କୁମାର ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ,ଲାଞ୍ଜିଗଡ ଶାଖା ଡାକ ବିଭାଗ ଓଭରସିଅର ଖୁସିରାମ ମାଝୀ ପ୍ରମୁଖ ଯୋଗଦେଇ ନୂତନ ଡ଼ାକ ଘର ଶୁଭ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ନର୍ଲା ଡାକ ନିରୀକ୍ଷକ ଶ୍ରୀ ପ୍ରଦାନ ଭାରତୀୟ ଡାକ ବିଭାଗର ସମସ୍ତ ଯୋଜନା ସୁକନ୍ୟା, ଡାକଘରେ ପୁନଃପୌନି ଯୋଜନା, ଡାକଘର ମିଆଦି, ଗ୍ରାମୀଣ ଡାକ ଜୀବନ ବୀମା ଭଲି ଅନେକ ଗୁଡ଼ାଏ ପଲିସି ଉପରେ ସ୍ଥାନୀୟ ଉପସ୍ଥିତ ଲୋକଙ୍କୁ ପୁଙ୍ଖାନୁପୁଖ ଭାବେ ବୁଝାଇ ଥିଲେ। ଏହାକୁ ନେଇଁ ସ୍ଥାନୀୟ ଲୋକେ ପାର୍ସଲ, ଏଟିଏମ କାର୍ଡ, ପାନକାର୍ଡ, ଆଧାରକାର୍ଡ, ପାସପୋର୍ଟ, ଜମି ପଟ୍ଟା, ନିଯୁକ୍ତି ପତ୍ର ଭଳି ଅନେକ ଜରୁରୀକାଳୀନ ନଥି ପତ୍ର ସଠିକ ସମୟରେ ପାଇ ପାରିବୁ ବୋଲି ଖୁସି ବ୍ୟକ୍ତ କରିବା ଶହ ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ପାଇଁ ଏହା ଆବଶ୍ୟକ ଥିଲା ବୋଲି ଖୁସି ବ୍ୟକ୍ତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଜେପୁର ଶାଖା ଡାକପାଳ ସମରେନ୍ଦ୍ର କୁମାର ମାଲିବିଶି, ପାଇକୁ ନାଏକ, ସୁକାନ୍ତ ନାଏକ, ଘନ ନାଏକ, ଟୁନା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।





