ଫେବୃଆରୀ ୫ ଓ ୬ରେ ହେବ ଯୁବ ମହୋତ୍ସବ ତଥା ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯୁବ ବାଲେଶ୍ଵର ପକ୍ଷରୁ ଆସନ୍ତା ଫେବୃୟାରୀ ୫ ଓ ୬ ଦୁଇ ଦିନ ଧରି ସ୍ଥାନୀୟ ହରି ପ୍ଲାଜା ପରିସରରେ ଯୁବ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ‘ଉତ୍କର୍ଷ – ୨୦୨୬’ ଆୟୋଜିତ ହେବାକୁ ଯାଉଛି। ଏହି ପ୍ରତିଭା ସମ୍ମାନ ସମାରୋହରେ ସମ୍ବର୍ଦ୍ଧିତ ହେବେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିତ୍ୱସବୁ। ଆଜୀବନ ସାଧନା ପାଇଁ ସମ୍ବର୍ଦ୍ଧିତ ହେବେ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା, ଯୁବ ପ୍ରେରଣା ସମ୍ନାନ ପାଇବେ ତନୟା ପଟ୍ଟନାୟକ, ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନିତ ହେବେ ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା, ପ୍ରଶାସନିକ ସେବା ପାଇଁ ପୂର୍ବାଞ୍ଚଳ ଡିଆଇଜି ପିନାକ୍ ମିଶ୍ର, ସାମ୍ବାଦିକତା ପାଇଁ ଦିଲ୍ଲୀପ ବିଶୋଇ, ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ମୁକୁନ୍ଦ ଚନ୍ଦ୍ର ସାହୁ, ଚିତ୍ରଶିଳ୍ପୀ ପାଇଁ କେଶୁ ଦାସ, ସଂଗୀତ କ୍ଷେତ୍ରରେ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ, ଅଭିନୟରେ ମନ୍ମୟ ଦେ, ବୈଜ୍ଞାନିକ ଡକ୍ଟର ଶେଷ କିଷାନ,କ୍ରୀଡା କ୍ଷେତ୍ରରେ ଜାତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ନିରୋଜ ମହାନ୍ତି, ଯୁବ କଳାକାର ଅଭିଷେକ ଗିରି, ସମାଜସେବୀ କମଲ ଚକ୍ରବର୍ତ୍ତୀ, ଶିକ୍ଷା କ୍ଷେତ୍ରରେ ମେଜର ଡକ୍ଟର ଅଭୟ କୁମାର ପଣ୍ଡା, ଯୁବ ବ୍ୟବସାୟୀ ଡାକ୍ତର ଆଲେକଜେଣ୍ଡେର ଦାସ, ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ରୋଜାଲିନ ସୁନ୍ଦରାୟ। ଏହା ବ୍ୟତୀତ ଫେବୃଆରୀ ୬ରେ ଓଡ଼ିଆ କଣ୍ଠଶିଳ୍ପୀ ମାନସ ପ୍ରୀତମ, ଅଞ୍ଜଳୀ ଦତ୍ତ ଏବଂ ବିକାଶ କୁମାରଙ୍କ ସହ ବହୁ ପ୍ରତିଭାବାନ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ। ବିଭିନ୍ନ ବିଭାଗରେ କଲେଜ ପିଲା ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ମଧ୍ୟ ଯୋଗଦେବେ ବୋଲି ଉତ୍କର୍ଷ କମିଟି ତରଫରୁ ସୂଚନା ଦିଆ ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.