ହାରାମାଲ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଓ ବାର୍ଷିକୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ହାଇସ୍କୁଲଠାରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବୁଢାରଜା ମନ୍ଦିରରୁ ମଶାଲ ବାହାରି ପଞ୍ଚାୟତ ଖେଳ ପଡ଼ିଆରେ ସ୍ଥାପନ କରାଯିବା ପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ କୁମାର ଜେନାଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଧର୍ମଗଡ଼ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ ଇନ୍ଦିରାବତୀ ଡିଗ୍ରୀ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ମାନସ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ କଲମପୁର ତହସିଲଦାର ସ୍ମରଣିକା ତୁଳ,ହାରାମାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀକିଙ୍କର ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି କ୍ଷେତ୍ରମୋହନ ମାଝୀ,ହାରାମାଲ ସମିତି ସଭ୍ୟା କରୁଣା ବାଗ ପ୍ରମୁଖ ଯୋଗଦାନ କରିଥିଲେ! ଏହି ବାର୍ଷିକ କ୍ରୀଡାରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିକାଶ କୁମାର ପଣ୍ଡା ଓ ସୁଧୀର କୁମାର ମୁଣ୍ଡ ଖେଳ ପରିଚାଳନା କରିଥିବା ବେଳେ ହାରାମାଲ ପଂଚାୟତ ଉଚ୍ଚ ବିଦ୍ୟାଳୟ,ହାରାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ,ବ୍ରାହ୍ମଣ କେନ୍ଦୁଗୁଡା ପ୍ରାଥମିକ ବିଦ୍ୟାଳୟ ଓ ବୋଦେଲବନ୍ଧ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିନି ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ପ୍ରତିଯୋଗିତାରେ ବାଳକ ବିଭାଗରୁ ନବମ ଶ୍ରେଣୀର ଛାତ୍ର ସୋମନାଥ ଶବର ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରୁ ଦଶମ ଶ୍ରେଣୀର ଛାତ୍ରୀ ବିନୋଦିନୀ ରଣା ଚମ୍ପିୟାନ୍ ହୋଇଥିବା ବେଳେ ପ୍ରତ୍ୟେକ ବିଭାଗରୁ ବିଜୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରଯାଇଥିଲା! ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ପ୍ରକାର ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରଭାତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ଦାଶରଥି ମହାପାତ୍ର, ଶିକ୍ଷୟତ୍ରୀ ଅଞ୍ଜଳି ପଣ୍ଡା, କିଶୋର ଚନ୍ଦ୍ର ପ୍ରଧାନୀ, ମାର୍କଣ୍ଡ ଠାକୁର, ନକୂଳ ଶବର, ସୁକାନ୍ତ ପଣ୍ଡା, ମାନବି ରାନୀ ଭୋଇ, ପିଅନ ସୁଜନ ଶବର, ରୀନା ଶବର ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.