ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତରରେ ଗରିମାମୟ ଗ୍ରୀନ୍ ଏନଭାଇରୋ ସେଫ୍ଟି ପୁରସ୍କାର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାର୍ଯ୍ୟସ୍ଥଳ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜେକେପୁର ସ୍ଥିତ ଜେକେ ପେପର୍ ମିଲ୍ସକୁ “ଦ୍ୱିତୀୟ ବାର୍ଷିକ ଗ୍ରୀନ୍ ଏନଭାଇରୋ ସେଫ୍ଟି ଏକ୍ସେଲେନ୍ସ ଆୱାର୍ଡ–୨୦୨୬”ର ପ୍ଲାଟିନମ୍ ଶ୍ରେଣୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରଟି ଗ୍ରୀନ୍ ଏନଭାଇରୋ ଫାଉଣ୍ଡେସନ୍, ନୂଆଦିଲ୍ଲୀ ଦ୍ୱାରା ପେପର୍ ସେକ୍ଟରରେ ଜେକେ ପେପର୍ ମିଲ୍ସର ଉତ୍କୃଷ୍ଟ ସେବାକୁ ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଛି । ଚଳିତ ମାସ ୧୨ ତାରିଖ ଦିନ ଗୋଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ପୁରସ୍କାରଟି ଭାରତ ସରକାରଙ୍କ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରଣାଳୟର ମାନନୀୟ ରାଜ୍ୟମନ୍ତ୍ରୀ ଶ୍ରୀ ଶ୍ରୀପାଦ ଯେସୋ ନାଏକ ଜେକେ ପେପର୍ ମିଲ୍ସର ମହାପ୍ରବନ୍ଧକ ଶ୍ରୀ ସତ୍ୟଜିତ ମହାନ୍ତି ଙ୍କୁ ପ୍ରଦାନ କରିଥିଲେ । ଏହି ସଫଳତାକୁ ନେଇ କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ନିଷ୍ଠା,ପରିଶ୍ରମ ଓ ପ୍ରତିବଦ୍ଧତାକୁ ମୁଖ୍ୟ କାରଣ ଭାବେ ଉଲ୍ଲେଖ କରାଯାଇଛି । ଫଳରେ କାର୍ଯ୍ୟ ନିର୍ବାହୀ ଉପ ସଭାପତି ଶ୍ରୀ ବିନୟ ଦ୍ବିବେଦୀ ସମସ୍ତ କର୍ମଚାରୀ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.