ଶ୍ରୀପାଲି ଗ୍ରାମରେ ଆରମ୍ଭ ହେଲା ପାନୀୟ ଜଳ ଯୋଗାଣ: ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଲେ ଲୋକେ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶ୍ରୀପାଲି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ତରଫରୁ ଆରମ୍ଭ ହେଲା ପାନୀୟ ଜଳ ଯୋଗାଣ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ୩୭ ଗୋଟି ସ୍ଥାନରେ ଚାଲିଥିଲା ଇନଟେକ ୱେଲ ଓ ଗଭୀର ନଳକୂପ ଜରିଆରେ ଓଭରହେଡ ପାଣିଟାଙ୍କି ମାଧ୍ୟମରେ ଚାଲିଥିଲା ପାନୀୟ ଜଳ ଯୋଗାଣ । ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିହୋଇ ଏବେ ଶ୍ରୀପାଲି ଗ୍ରାମରେ ଆରମ୍ଭ ହେଲା ସ୍ୱଚ୍ଛ ପାନୀୟ ଜଳ ଯୋଗାଣ । ଆଗରୁ ଏହି ଗ୍ରାମରେ ପାନୀୟ ଜଳର ସମସୟା ଲାଗି ରହୁଥିଲା । ମାଟିତଳେ ପଥର ଚଟାଣ ରହୁଥିବାରୁ ନଳକୂଅ ଖୋଳାଗଲେ ମଧ୍ୟ ପାଣି ବହୁତ କମ ବାହାରୁଥିଲା । ଫଳରେ ଖରାଦିନେ ଲୋକେ ପାନୀୟ ଜଳ ମୁନ୍ଦିକ ପାଇଁ ଅନେକ ହଇରାଣ ହରକତ ହେଉଥିଲେ । ଏବେ ଶ୍ରୀପାଲି ଗ୍ରାମକୁ ଟ୍ରେଲରଅନ କରାଯାଇ ପରୀକ୍ଷା ମୂଳକ ଭାବରେ ପାଣି ଛଡାଯାଉଛି । ଏଠାରେ ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ପାଣିଟାଙ୍କି ଓ ୧ ଲକ୍ଷ ୫୦ ହଜାର ଲିଟର କ୍ଷମତା ସମ୍ପନ୍ନ ଓବରହେଡ ପାଣିଟାଙ୍କି ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଛି । ଶ୍ରୀପାଲିର ଏହି ପ୍ରକଳ୍ପ ଜରିଆରେ ପଦମପୁର ଗାନ୍ଦୁଲପଡା, ନୂଆପଡା, ଚଚରାପଡା, ତାଲପଡା ଓ ଗୁମୁରଣାପଡାକୁ । ଏହି ପ୍ରକଳ୍ପ ଜରିଆରେ ଉପରୋକ୍ତ ପଡା ମାନଙ୍କର ୧୫୦୦ ରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେଉଥିବା ଜଣାପଡିଛି । ଉତେଇ ନଦୀ ଶଯ୍ୟାରେ ଇନଟେକ ୱେଲ ନିର୍ମାଣ କରାଯାଇ ପାଣିଟାଙ୍କି ଜରିଆରେ ଶ୍ରୀପାଲି ଗାଁକୁ ସ୍ୱଚ୍ଛ ପାନୀୟ ଜଳ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇଥିବାରୁ ଅଞ୍ଚଳବାସୀ ଜନସାଧାରଣ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିପାଇଁ ନର୍ଲା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ସହକାରୀ ଯନ୍ତୀ ସୁରେନ୍ଦ୍ର ସୁନାନୀ ଓ କନିଷ୍ଠ ଯନ୍ତୀ ପ୍ରଭାତ ସେଠୀଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଜଣାପଡିଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.