ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ: ଲାଞ୍ଜିଗଡ଼ ଓ ଚିଚର୍ଲା ମଧ୍ୟରେ “ବି” ପୁଲ ର ପ୍ରଥମ ଲିଗ୍ ମ୍ୟାଚ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମିନି ଷ୍ଟାଡିୟମ ଗତ ୧୪ ଜାନୁଆରୀ ରୁ ଚାଲିଆସୁଛି ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ୧୪ ଜାନୁଆରୀ ବୁଧବାର ଏହାର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦ୍ୱିତୀୟ ଦିନ ଖେଳ ଧର୍ମଗଡ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗତକାଲି ଶୁକ୍ରବାର ଏହାର ପ୍ରଥମ ସେମିଫାଇନାଲ ଖେଳ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି। ଆଜି ବି ପୁଲ ର ପ୍ରଥମ ଲିଗ୍ ମ୍ୟାଚ ଲାଞ୍ଜିଗଡ ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥଲା। ଦୁଇଦଳ ଖେଳ ଶେଷ ସୁଦ୍ଧା ପରସ୍ପରକୁ ଦୁଇଗୋଟି ଲେଖାଏଁ ଗୋଲ ଦେଇ ଡ୍ର ହୋଇଥିଲେ। ଏହାପରେ ଟ୍ରାଇବେକର ରେ ଚିଚର୍ଲା ୪-୩ ରେ ବିଜୟୀ ହେଲା। ଆସନ୍ତା କାଲି ବଗାଡ ଓ ଜୁନାଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଯୁବ ସମାଜସେବୀ ସମୀର ଚାନ୍ଦ ମୁଖ୍ୟ ଅତିଥି, ପରେଶ ପଧାନ, ସଞ୍ଜୟ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଖେଳାଳୀ ମାନଙ୍କୁ ମାର୍ଗଦର୍ଶନ ଦେଇ ଉତ୍ସାହିତ କରିଥିଲେ। ବିଜୟୀ ଗୋଲ ସ୍କୋର କରିଥିବାରୁ ଚିଚର୍ଲା ଟିମ ର ରମେଶ ଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି। ଏହି ମ୍ୟାଚ କୁ ସନ୍ତୋଷାନନ୍ଦ ନାଏକ, ସୁରେଶ ନାଏକ ଓ ଶ୍ରବଣ ବାଗ ରେଫାରୀ ଭାବରେ ପରିଚାଳନା କରିଥିବା ବେଳେ ମ୍ୟାଚ କମିଶନର ଭାବରେ ନାରାୟଣ ପଧାନ ଦାୟୀତ୍ୱ ନିର୍ବାହନ କରିଥିଲେ। ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା। ଆୟୋଜକ ଏସ୍କନ କ୍ଲବ ର ସମ୍ପାଦକ ସୁମନ୍ତ ପୂଝାରୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ଦୀପୁ ପାତ୍ର, ବଣ୍ଟୁ ଚାନ୍ଦ, ପିଣ୍ଟୁ ନାଗ, କିଶୋର ମାଝୀ, ତ୍ରୀଲୋଚନ ଗଉଡ଼, ପ୍ରଦୀପ ସାହାଣୀ, କୁଲୁ ଚାନ୍ଦ, ଲକ୍ଷ୍ମଣ ମାଝୀ, ପୂର୍ଣ୍ଣ ପୂଝାରୀ, ବବଲୁ ନାଗ, ମିଲୁ ସେଠୀ, ସୁଧିର ରାଉତ, ପୂର୍ବତନ କ୍ରୀଡାବିତ ଧରଣୀଧର ଧଙ୍ଗଡାମାଝୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.