ଧରପଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଲା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରବଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ  ନୀଳମଣି ମେହେରଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ମହା ସମାରୋହ ପରିପାଲିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧରବଗଡ ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ, ସମୟାନୁବର୍ତ୍ତିତା, ଭବିଷ୍ୟତର କର୍ମପନ୍ଥା ଓ ବିଦ୍ୟାଳୟର ଉନ୍ନତି ହେଉଥିବା ବିଷୟରେ କହିଥିଲେ। ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର କ୍ଷେତି ବିଦ୍ୟାଳୟର ଇତିହାସ ଓ ଏଠାରେ ଛାତ୍ରଛାତ୍ରୀମାନଙ୍କର ପାଠପଢାର ବିକାଶ ହେଉଥିବା କହିଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଚିତ୍ତରଞ୍ଜନ ପୁରୋହିତ, ସମ୍ପାଦକ ନିରଞ୍ଜନ ବିଶ୍ଵାଳ, ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟି ସଦସ୍ୟ ନାରଦ ରଣା ଓ ସାମ୍ବାଦିକ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ବଗର୍ତ୍ତୀ ଉପସ୍ଥିତ ଥିଲେ। ସଂସ୍କୃତ ଶିକ୍ଷକ ଦିବ୍ୟଲୋଚନ ଥନାପତି ସଭା ସଞ୍ଚାଳନ ଓ ହିନ୍ଦୀ ଶିକ୍ଷକ ପ୍ରତାପ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରୀ ରୋଶନି ବାରିକ, ସୁଦେଶ୍ନା ବାଗ, ଡୋଲେଶ୍ୱରୀ ବଗର୍ତ୍ତୀ, ଛାତ୍ର ଧିରଜ ସାହୁ ଓ ସତ୍ୟସାଇ ପଧାନ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଆନନ୍ଦ ମେହେର, ସଞ୍ଜୟ ଭୋଇ, କାହ୍ନୁ ଚରଣ ପାତ୍ର, ଭାସ୍କର ସେଠ, ହେରମ୍ବ ଚନ୍ଦ୍ର କୁମ୍ଭାର, ଚନ୍ଦ୍ର ଶେଖର ବାହୁକ, କର୍ମଚାରୀ ଲମ୍ବୋଦର ଯୋଶୀ, କଲାକୁଟୁ କ୍ଷେତି , ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.