ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ନେତୃତ୍ବ ନେବାପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ରାଜନୀତିରେ ଅଭିଜ୍ଞ ବରିଷ୍ଠ ନେତା ଗୋବିନ୍ଦ ପ୍ରଧାନୀ ନିଯୁକ୍ତ ହୋଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ଅନୁମୋଦନ କ୍ରମେ ଲାଞ୍ଜିଗଡ଼ ବ୍ଲକ ସଭାପତି ଭାବେ ଶ୍ରୀ ପ୍ରଧାନୀଙ୍କ ନାମ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବ୍ଲକ କଂଗ୍ରେସର କର୍ମକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ବ୍ଲକ କଂଗ୍ରେସ ପକ୍ଷରୁ ଅନ୍ୟ କର୍ମକର୍ତ୍ତାମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦଳର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ତାଙ୍କୁ ଲାଞ୍ଜିଗଡ଼ ବ୍ଲକର ଦାୟିତ୍ବ ଦେଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ଆଗାମୀ ଦିନରେ ଶ୍ରୀ ପ୍ରଧାନୀଙ୍କ ନେତୃତ୍ବରେ ଶକ୍ତିଶାଳୀ ହେବ ବୋଲି ଲାଞ୍ଜିଗଡ଼ର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।





