ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା
କଲ୍ୟାଣସିଂହପୁର ବ୍ଲକ ସଭାଗୃହ ଠାରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଆରକ୍ଷୀ ଅଧିକାରୀଣୀ ସ୍ଵାତି ଏସ୍ କୁମାର । ଆଜି ମୋଟ ୬୩ ଗୋଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ,ସେଥିରୁ ୩୨ ଗୋଟି ବ୍ୟକ୍ତିଗତ,୩୧ ଗୋଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ରାୟଗଡ଼ା ଉପ ଜିଲ୍ଲାପାଳ ରମେଶ ଜେନା, ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରଣୀ ସୋରାଜିନୀ ଦେବୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ବାରମ୍ବାର ଶୁଣାଣି ହୋଉଥିଲେ ବି କିଛି ଫଳପ୍ରଦ ହେଉ ନଥିବାରୁ ଉପସ୍ଥିତ ଅଭିଯୋଗ କାରୀ ବିକ୍ରମ ମହାରଣା ବିରକ୍ତି ପ୍ରକାଶ କରିଥିଲେ | ଶିବିର ରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ମାନସେଠ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ମୋନୀଷା ଦାସ ଶିବିର ପରିଚାଳନା କରିଥିବା ବେଳେ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ପୋଲିସ ଦଳ ସୁରକ୍ଷା ପ୍ରଦାନ କରିଥିଲେ ।





