ଚୂରଗାଁ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ ଚୁରାଗାଁ ପ୍ରିୟ ଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଦିନ ମହା ସମାରୋହରେ ଉଦଯାପିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁମୋହନ ଦୀକ୍ଷିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ କ୍ରିଡା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆବଶ୍ୟକତା ରହିଛି, ଏହା ଦ୍ବାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରିବେ ବୋଲି ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଥୁଆମୂଳ ରାମପୁର ମାଁ ମାଣିକେଶ୍ଵରୀ ମହା ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ କଲମପୁର ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଘନଶ୍ୟାମ ନାଏକ, ସମିତି ସଦସ୍ୟା ରୀନା ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତୃଘନ ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ  ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ସଂସ୍କୃତ ଶିକ୍ଷକ ପ୍ରଜାରଞ୍ଜନ ପଣ୍ଡା ସମେତ ଚୁରାଗାଁର ପ୍ରଶାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କ୍ରିଡା ଶିକ୍ଷକ ସୁଜିତ କୁମାର ମୁଣ୍ଡ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା। ବିଦ୍ୟାଳୟର ସହକାରୀ ଶିକ୍ଷକ ବିପିନ ବିହାରୀ ନାଏକ, ରାମଚନ୍ଦ୍ର ବେହେରା, ଗୋଲକ ଚନ୍ଦ୍ର ମହନ୍ତ, ପିଅନ ଭାବେ କାର୍ଯ୍ୟରତ ଟଙ୍କ ନାଏକ, ହର ପ୍ରସାଦ ବିଶି, ନବୀନ ମାଝୀ, ରୋଷେୟା ଜୟମତି ରାଉତ, ସନ୍ତୋଷ ବିଶି ପ୍ରମୁଖ ସହଯୋଗ କରିଥିବା ବେଳେ ବନ୍ଦକନା ପଞ୍ଚାୟତ ର ସମସ୍ତ ଜନସାଧାରଣ ବାର୍ଷିକ କ୍ରୀଡା ଉତ୍ସବ ର ସଂସ୍କୃତି କାର୍ଯ୍ୟକ୍ରମ କୁ ଉପଭୋଗ କରିବା ସହ ପରିବେଶ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲଷିତ ଓ ଆନନ୍ଦ ର ବାତାବରଣ ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.