+୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ପଲମ (ଧବଳେଶ୍ଵର ଦୀପ): ନର୍ଲା ବ୍ଲକ୍ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରି ଉଚ୍ଚ ମାଧ୍ୟମିକ ସ୍କୁଲ ରୁପ୍ରା ପରିସରରେ +୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ସୁନାଗରିକ ହେବା ସହ କଠିନ ପରିଶ୍ରମ କରି ସ୍କୁଲର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ।‌ ସମ୍ମାନିତ ଅତିଥି ଭାବେ ଶିକ୍ଷକ ବିଷ୍ଣୁ ଚରଣ ସେନାପତି, ଗିରିଧାରୀ ନାଗ, ବିଦ୍ୟାଧର ଭୋଇ ଏବଂ ସମୀର ରଞ୍ଜନ ନାଏକ, ଅଧ୍ୟାପକ ଏକାନ୍ତ ସାହୁ, ଯଜ୍ଞସେନ ବଗର୍ତ୍ତୀ, ପ୍ରବୀଣ ନାଗ, ସ୍ଵାଗତିକା ଦିଶ୍ରୀ ଏବଂ ଇତିଶ୍ରୀ ବାରିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସଫଳ ଭବିଷ୍ୟତ କାମନା କରିଥିଲେ। +୨ ପ୍ରଥମ ବର୍ଷର ଛାତ୍ର ଥୟ ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଭା ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.