ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ଅଙ୍ଗନୱାଡି କର୍ମୀ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଅଙ୍ଗନୱାଡି କର୍ମୀ ଳଙ୍କୁ ସରକାରୀ ମାନ୍ୟତା ଦେବା, ସମାନ କାମକୁ ସମାନ ଦରମା, ଶ୍ରମିକର ମାନ୍ୟତା ଦେବା, ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଟଙ୍କା ପ୍ରଦାନ କରିବା, ଶ୍ରମ କୋଡ୍ ଆଇନ୍ ଅନୁଯାୟୀ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରିବା, ୧୦୦ ଶତକଡା ପଦୋନ୍ନତ ଦେବା, ଉନ୍ନତ ମାନର ମୋବାଇଲ୍ ଫୋନ୍ ଦେବା, ଏସ୍ ଏନ୍ ପି ଦର ସଂଶୋଧନ କରିବା ଏବଂ ଅଣ୍ଡା ମୂଲ୍ୟ ବଜାର ଦର ଅନୁସାରେ ଦେବା, ସର୍ବନିମ୍ନ ପେନସନ୍ ଦଶ ହଜାର ଟଙ୍କା ପ୍ରଦାନ, ଅବସର ବେନିଫିଟ୍ ୧୦ ଲକ୍ଷ ଦେବା, ଅତିରିକ୍ତ କାର୍ଯ୍ୟ ସବୁ ବନ୍ଦ କରିବା, ଚାଳିଶ ଦିନ ଛୁଟି ବର୍ଷକୁ ଦେବା, କର୍ମୀଙ୍କ ଦରମା ଦେବାରେ ଅନିୟମିତତାକୁ ବନ୍ଦ କରିବା, ବନ୍ଦ ହୋଇଥିବା ଇନକ୍ରି ମେଣ୍ଟ ଦେବା, ବାରମ୍ବାର ବିଭିନ୍ନ କାମ ତଥା ମିଟିଂ ସକାଶେ ଉପସ୍ଥିତ ରହୁଥିବା କର୍ମୀଙ୍କୁ ଗସ୍ତ ଏବଂ ଖାଦ୍ୟ ଖର୍ଚ୍ଚ ଦେବା, ସମସ୍ତ କର୍ମୀ ଓ ସହାୟିକାଙ୍କୁ ଇ-ଶ୍ରମ କାର୍ଡ ଓ ଆୟୁଷ୍ମାନ୍ ଯୋଜନାରେ ସାମିଲ୍ କରିବା ପ୍ରଭୁତି ମୌଳିକ ସମସ୍ୟାର ସମାଧାନ ଦାବୀରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ସମ୍ବଲପୁର ଆର୍. ଡି. ସି କାର୍ଯ୍ୟାଳୟ ସମ୍ମୁଖରେ ମାର୍ଚ୍ଚ ୧୬ ତାରିଖ ଦିନ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ l ଏହି ବିକ୍ଷୋଭ ଏବଂ ଅନୁଷ୍ଠିତ ରାଲିରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ରହିବେ ବୋଲି ଆଜି ସମ୍ବଲପୁର ଠାରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର କେନ୍ଦ୍ରୀୟ ସାଧାରଣ ପରିଷଦ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ସଭାନେତ୍ରୀ ଦିଶିଲା ଧୁରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧିବକ୍ତା ପ୍ରଶାନ୍ତ ପାଢୀ, ବାଳକୃଷ୍ଣ ଭୋଇ, ଶ୍ୟାମ ସୁନ୍ଦର ସାହୁ, ରୋହିତ ସାହୁ, ପ୍ରଭାସିନି ପାଢି, ଶାନ୍ତି ଲତା ପଟେଲ,ପ୍ରମିଳା ସିଂହ, ନୀନା ବିଞ୍ଝାଲ,ଫନି ରାଉଳ, ମଞ୍ଜୁଲତା ମାଝୀ, ସୁଶିଳା, ସବିତା ଦେହୁରୀ, ସୌଦାମିନୀ ପାଣ୍ଡେ, ନନ୍ଦିନୀ ରାନୀ ବରିହା, ଝରାବ ନାୟକ, ଶୈରିନ୍ଦ୍ରୀ ମହାନନ୍ଦ, ରୀତା ପତି, ସୁଜାତା ତ୍ରିପାଠୀ, ଗୋଲାପୀ ପଟେଲ, ଝୁମି ସେଠ ପ୍ରମୁଖ ଅଙ୍ଗନବାଡି କର୍ମୀ ଙ୍କ ସମସ୍ୟା ଉପସ୍ଥାପନ କରିବା ସହ ସଂଗଠନ କୁ ଦୃଢ଼ କରି ଆଗକୁ ଆନ୍ଦୋଳନ କୁ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ l ପଶ୍ଚିମ ଓଡ଼ିଶା ର ସମସ୍ତ ଜିଲ୍ଲାରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.