ଜୁନାଗଡ଼ ସହରରେ ବେନିୟମ ହୁଡିଂ ! ରାଜସ୍ଵ ହାନି; ନୀରବ ପ୍ରଶାସନ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଏନଏସି ଅଞ୍ଚଳରେ ବେନିୟମ ହୁଡିଂ ଲଗାଣିକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହା ଫଳରେ ଏନଏସିକୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ପ୍ରଶାସନ ନୀରବ ଦର୍ଶକ ସାଜିଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଜୁନାଗଡ଼ ସହରର ବିଭିନ୍ନ ସ୍ଥାନରେ ବିଜ୍ଞାପନ ଓ ପ୍ରଚାର-ପ୍ରସାର ପାଇଁ ହୁଡିଂ ଲଗାଇବାକୁ ଏନଏସିର ସ୍ୱୀକୃତି ନେଇ ନିର୍ଦ୍ଦିଷ୍ଟ ମାସିକ କିମ୍ବା ବାର୍ଷିକ ଖଜଣା ପୈଠ କରିବା ନିୟମ ରହିଛି। ଏହି ନିୟମ ଅନୁଯାୟୀ ଜୁନାଗଡ଼ ଏନଏସିର ନିଜସ୍ୱ ୧୦ଟି ହୁଡିଂ ରହିଥିବା ବେଳେ ବିଭିନ୍ନ ବେସରକାରି ଆଡ୍ କମ୍ପାନୀମାନେ ମଧ୍ୟ ହୁଡିଂ ସ୍ଥାପନ କରିଛନ୍ତି। ସହରରେ କୋଲକାତା ଭିତ୍ତିକ ‘କାରୁକୃତି’ ଆଡ କମ୍ପାନୀର ୧ଟି, ‘ଟ୍ରିପଲ୍–A’ ଆଡ କମ୍ପାନୀର ୧ଟି, ‘JVR’ ଆଡ କମ୍ପାନୀର ୨ଟି ଓ ଭବାନୀପାଟଣା ଭିତ୍ତିକ ‘ସନ୍ ଗ୍ରାଫିକ୍ସ’ ଆଡ କମ୍ପାନୀର ୩ଟି ହୁଡିଂ ଥିବା ସୂଚନା ମିଳିଛି। ତେବେ ଏହି ସମସ୍ତଙ୍କ ମଧ୍ୟରୁ ‘ସନ୍ ଗ୍ରାଫିକ୍ସ’ ଆଡ କମ୍ପାନୀ ଦୀର୍ଘଦିନ ଧରି ନିୟମ ଉଲ୍ଲଂଘନ କରୁଥିବାର ଗୁରୁତର ଅଭିଯୋଗ ହେଉଛି। ଏନଏସି ଅଫିସ ସୂତ୍ରରୁ ଜଣାପଡ଼ିଛି ଯେ, ଏହି କମ୍ପାନୀ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ହୁଡିଂ ଖଜଣା ପୈଠ କରୁନାହିଁ। ଏନଏସି ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେଗୁଡିକୁ ଅଗ୍ରାହ୍ୟ କରାଯାଉଛି। ଫୋନ ଯୋଗେ ସମ୍ପର୍କ କଲେ କର୍ମଚାରୀଙ୍କୁ ଧମକ ଦେଇ ‘ନାଲିଆଖି’ ଦେଖାଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ସୂଚନା ଅନୁସାରେ, ସନ୍ ଗ୍ରାଫିକ୍ସର ବ୍ଲକ ପାଖରେ ୧ଟି, ଷ୍ଟେଟ୍ ବ୍ୟାଙ୍କ ନିକଟରେ ୧ଟି ଓ ନୂଆ ବଜାର ଅଞ୍ଚଳରେ ନିଜସ୍ୱ ହୁଡିଂ ରହିଛି। ଏହାସହିତ ଜୁନାଗଡ଼ ବସ୍‌ଷ୍ଟାଣ୍ଡ ନିକଟରେ ଥିବା କୋଲକାତାର ‘କାରୁକୃତି’ କମ୍ପାନୀର ଗୋଟିଏ ହୁଡିଂକୁ ଧମକ ଦେଇ ଅକ୍ତିଆର କରି ସର୍ବମୋଟ ୪ଟି ହୁଡିଂ ଉପରେ ଦାଦାଗିରି କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ନିୟମ ଅନୁଯାୟୀ, ଏନଏସିର ନିଜସ୍ୱ ହୁଡିଂ ପାଇଁ ପ୍ରତି ସ୍କୁଏର ଫୁଟ୍‌ରେ ୮ଟଙ୍କା ଓ ବେସରକାରି ଭେଣ୍ଡର ପାଇଁ ୪ଟଙ୍କା ଖଜଣା ଧାର୍ଯ୍ୟ ରହିଛି। ପ୍ରତ୍ୟେକ ହୁଡିଂ ପ୍ରାୟ ୨୦୦ ସ୍କୁଏର ଫୁଟ୍ ହୋଇଥିବା ବେଳେ, ୨୦୧୯ ଠାରୁ ଏପର୍ଯ୍ୟନ୍ତ କେତେ ଲକ୍ଷ ଟଙ୍କାର ରାଜସ୍ୱ ହାନି ହୋଇଛି, ତାହା ତଦନ୍ତ ହେଲେ ମାତ୍ର ସ୍ପଷ୍ଟ ହେବ। ଏପଟେ ଅନ୍ୟାନ୍ୟ ହୁଡିଂ ଭେଣ୍ଡରମାନେ ନିୟମିତ ଭାବେ ଖଜଣା ପୈଠ କରୁଥିବା ବେଳେ, ସନ୍ ଗ୍ରାଫିକ୍ସ କେଉଁ ପ୍ରଭାବଶାଳୀ ବ୍ୟକ୍ତି କିମ୍ବା ରାଜନୈତିକ ସାହାଯ୍ୟରେ ଏପରି ଦାଦାଗିରି କରୁଛି ବୋଲି ବୁଦ୍ଧିଜୀବୀ ମହଳରେ ପ୍ରଶ୍ନ ଉଠିଛି। ଏବେ ସବୁଙ୍କ ଦୃଷ୍ଟି ଜୁନାଗଡ଼ ଏନଏସି ପ୍ରଶାସନ ଉପରେ ଆଗାମୀ ଦିନରେ ବକେୟା ରାଜସ୍ୱ ଆଦାୟ କରାଯିବ କି, ନା ବେନିୟମ ହୁଡିଂ ଭାଙ୍ଗି ହଟାଯିବ ତାହା ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.