ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ାର ବାର୍ଷିକ ଉତ୍ସବ ୨୦୨୬ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ ଯୋଗଦେଇ ବିଦ୍ୟାଳୟରର ଶିକ୍ଷାଦାନ ପରିବେଶକୁ  ଭୂରି ଭୂରି ପ୍ରଂଶସା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ବହୁଗୁଣ ଗାରିମା ରହିଛି, ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଜିଲ୍ଲା ପାଇଁ ଗୌରବ ଆଣିଥିବା ନଜିର ଥିବା ପ୍ରକାଶ କରିଥିଲୋ। ମଞ୍ଚ ପରିଚାଳନା କରିଥିଲେ ସସ୍ମିତା ମହାପାତ୍ର ଏବଂ ସୌଦାନୀ ମିଶ୍ର। ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ସି.ଆର ସି.ସି. ପ୍ରଫୁଲ ଠାକୁର। ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ପୁରାତନ ଶିକ୍ଷକ ମଧୁସୂଦନ ମହାପାତ୍ର, ସୁରେଶ ଚନ୍ଦ୍ର ମୁଣ୍ଡୁଙ୍କୁ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଏ .ବି.ଓ ହୃଷିକେଶ ନାଏକ, ଜଗଦୀଶ ମୁଣ୍ଡ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଦେଖାଯାଇଥିଲା ବହୁ ଅଭିଭାବକ, ଅଭିଭାବିକା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ପୁରସ୍କାର ବିତରଣ ଉତ୍ସବ ପରେ ପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ହାରା ରଙ୍ଗାରଙ୍ଗ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବାର୍ଷିକ ଉତ୍ସବକୁ ସଫଳ କରାଇବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଣ୍ଡା, ସୌଦାମିନୀ ମିଶ୍ର, ସବିତା ମିଶ୍ର, ସମ୍ମିତା ପଟ୍ଟନାୟକ, ସୁବାଷନି ଦାଶ, ରାଜଶ୍ରୀ ରଥ, ପ୍ରମିଳା ଦାଶ, ପ୍ରମୁଖ ସକ୍ରିୟ ଭୂମିକା ତୁଲେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.