ବାଲେଶ୍ୱରରେ ସ୍ନୋ-ଫେଷ୍ଟ୍ ମହୋତ୍ସବର ଅଷ୍ଟମ ସଂସ୍କରଣ ଅନୁଷ୍ଠିତ ହେବ ଫେବୃଆରୀ ୧୨ ରୁ ୧୪

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଗାନ୍ଧୀ ସ୍ମୃତି ଭବନ ଠାରେ ଚଳିତ ମାସ ୧୨, ୧୩ ଓ ୧୪ ତାରିଖ ତିନିଦିନ ଧରି ଆୟୋଜିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସ୍ନୋ-ଫେଷ୍ଟ୍ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ସ୍ନୋ-ଫେଷ୍ଟର ଅଧ୍ୟକ୍ଷା ତଥା ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ତତ୍ୱାବଧାନରେ ବାଲେଶ୍ୱର ଷ୍ଟେସନ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

ଓଡ଼ିଶାର ପ୍ରତିଭାମାନଙ୍କୁ ଉତ୍ସାହିତ କରିବାକୁ ଆରମ୍ଭ ହୋଇଥିବା ଏହି ସ୍ନୋ-ଫେଷ୍ଟ୍ ରେ ପୂର୍ବବର୍ଷ ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ସଭାପତି ଦେବଜ୍ୟୋତି ଦାସ ମହାପାତ୍ର ଜଣାଇଥିଲେ। ଏହି ବର୍ଷ ୪ଟି ବର୍ଗରେ ସମୁଦାୟ ୨୨ଟି ପ୍ରତିଯୋଗିତାର ଆୟୋଜନ କରାଯିବା ସହ ସବ୍-ଜୁନିଅର (୮ବର୍ଷ ବୟସରୁ କମ୍ ) ବର୍ଗରେ ରାମ୍ପ୍ ୱାକ୍, ଆଧୁନିକ ନୃତ୍ୟ ଏବଂ ମ୍ୟୁଜିକ ଚେୟାର, ଜୁନିଅର( ୮ ରୁ ୧୫ ବର୍ଷ ) ବର୍ଗରେ ଚିତ୍ରାଙ୍କନ, ଆଧୁନିକ ନୃତ୍ୟ, ଏକକ ଅଭିନୟ, କୁଇଜ ପ୍ରତିଯୋଗିତା, ସଂଗୀତ ଏବଂ ସିନିଅର (୧୫ ରୁ ଉର୍ଦ୍ଧ୍ଵ ବର୍ଷ) ବର୍ଗରେ ଚିତ୍ରାଙ୍କନ, ଆଧୁନିକ ନୃତ୍ୟ, ସଂଗୀତ, କୁଇଜ, ମେହେନ୍ଦି, ଗ୍ରୁପ୍ ଡ୍ୟାନ୍ସ,ମେକ୍ ଅପ୍, ରାମ୍ପ୍ ୱାକ୍ ଆଦି ପ୍ରତିଯୋଗିତାର ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ମହିଳା ବର୍ଗରେ ଚାମୁଚ୍ ଗୋଟି ପ୍ରତିଯୋଗିତା, ଗ୍ଲାସ ପିରାମିଡ଼, ମହିଳା ରାମ୍ପୱାକ, ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ସହ ଆମ ଓଡ଼ିଆ ପର୍ବପର୍ବାଣି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆମ ପିଠାପଣାକୁ ଲୋକଲୋଚନକୁ ଆଣିବା ପାଇଁ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ‘ଉତ୍କଳୀୟ ପିଠାର ପସରା’ ନାମକ ପ୍ରତିଯୋଗିତାରେ ଗ୍ରୁପ୍ ପିଠା ପ୍ରତିଯୋଗିତା କରାଯିବ ବୋଲି ସାଧାରଣ ସମ୍ପାଦକ ଶୁଭମ୍ ସାଇ ମହାପାତ୍ର ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏଥର ମଧ୍ୟ ଲାଇଭ୍ ରନ୍ଧା ଖାଦ୍ୟ ପ୍ରତିଯୋଗିତା କରାଯିବ ଯେଉଁଥିରେ ପୁରୁଷ ଏବଂ ମହିଳା ଉଭୟ ଭାଗ ନେଇ ପାରିବେ। ପ୍ରତିଯୋଗିତାରେ ଜିତିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସମୁଦାୟ ୫୦ହଜାର ଟଙ୍କା ମୂଲ୍ୟର ଉପହାର ପ୍ରଦାନ କରାଯିବ ବୋଲି କମିଟି ତରଫରୁ କୁହାଯାଇଛି। ଗ୍ରୁପ୍ ପିଠା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବା ସହ ବିଜୟୀ ହୋଇଥିବା ତିନୋଟି ଗ୍ରୁପ୍ ଙ୍କୁ ଆକର୍ଷଣୀୟ ଉପହାର ସହ ବିଶେଷ ଟ୍ରଫି ପ୍ରଦାନ କରାଯିବ। ରନ୍ଧା ଖାଦ୍ୟରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ଅର୍ଥ ରାଶି ପ୍ରଦାନ କରାଯିବ। ସମସ୍ତ ପ୍ରତିଯୋଗିତା ନିମନ୍ତେ ନାମ ପଞ୍ଜିକରଣ ପ୍ରକ୍ରିୟା ଫେବୃଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଗାନ୍ଧି ସ୍ମୃତି ଭବନ ସମ୍ମୁଖରେ କରାଯିବ।

Udyog Nursery
Udyogi Nursery

ସୁନ୍ଦର ମୂର୍ତ୍ତିକଳା ତଥା ଶିଳ୍ପୀକୁ ସମ୍ମାନ ଏବଂ ପ୍ରୋତ୍ସାହନ ଦେବା ପାଇଁ ଗତ ଗଣେଶ ପୂଜାରେ ହୋଇଥିବା ୩ଟି ‘ଶ୍ରେଷ୍ଠ ପ୍ରତିମା’ ପାଇଁ କ୍ଳବଗୁଡିକୁ ସମ୍ମାନିତ ମଧ୍ୟ କରାଯିବ। ସ୍ନୋ-ଫେଷ୍ଟ୍ ର ଏହି ସଂସ୍କରଣରେ ଓଲିଉଡର ସୁନାମଧନ୍ୟ ଗାୟକଗାୟିକା ଏବଂ ବିଶେଷ ଡିଜେ ପରିବେଷଣ କରାଯିବାକୁ କମିଟି ନିଷ୍ପତ୍ତି ନେଇଛି।

ଏହି ସଭାରେ ଉପଦେଷ୍ଟା ଭାଗବତ ସାହୁ, ସତ୍ୟ ସୁନ୍ଦର ଦାସ, ରୁତ୍ଵିକ ଜି, ଶାନ୍ତନୁ ଦାସ, ରଂଜିତା ମହାପାତ୍ର, ସନ୍ଧ୍ୟାରାଣୀ ଜେନା, ବନମାଳୀ ଦାସ ମହାପାତ୍ର, ଆଶ୍ରିତା ତରାଇ, ମୋନାଲିଶା ପାଣିଗ୍ରାହୀ, ସୋନାଲି ଶାହା ଏବଂ ଉପ ସଭାପତି ଅଭିଜିତ ବିଶ୍ୱାଳ, କୋଷଧ୍ୟକ୍ଷ ଅନିଲ ପ୍ରଧାନ, ସଦସ୍ୟ କୁମାର ଚିନୁ, ନେତାଜୀ ତାପସ, ଅଜିତାଭ ପ୍ରଭୃତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.