ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଶାନ୍ତପୁର ନିକଟରେ ଟ୍ରାକ୍ଟର ଧକ୍କାରେ ଆଜି ଶୁକ୍ରବାର ରାତି ଆଠଟା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଯୁବକ ଜଣକ କୌଣସି କାମରେ ଛତିକୁଡା ଯାଇ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ଭବାନୀପାଟଣା ଠାରୁ ପୋଖରୀବନ୍ଧ ଅଭିମୁଖେ ଯାଉଥିବା ବାଟରେ ଯୁବକକୁ ଧକ୍କା ଦେଇ ଘଟଣାସ୍ଥଳୁ ଫେରାର ମାରୁଥିଲା। ତେବେ ଡେଙ୍ଗେନ ଛକରେ ଲୋକେ ଟ୍ରାକ୍ଟର ଓ ଚାଳକକୁ ଅଟକ ରଖିଥିଲେ। ହେଲେ ଡ଼୍ରାଇଭର ଜଣକ କୌଶଳ କ୍ରମେ ଖସି ଯାଇଥିବା ବେଳେ ଟ୍ରାକ୍ଟରକୁ ଅଟକ ରଖିଥିବା ସୂଚନା ମିଳିଛି। ମୃତ ଯୂବକ ଧୁରକୃଟି ଗ୍ରାମର ସଞ୍ଜୟ ଦୋରା ବୋଲି ଜଣାପଡ଼ିଛି। ଖବର ପାଇ ନର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି।




