ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଠାରୁ ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତାର ବେଦାନ୍ତ କମ୍ପାନୀ ପାର୍ଶ୍ଵରେ ଥିବା ବସନ୍ତପଡା ଗ୍ରାମର ଥିବା ରାସ୍ତା କଡରେ ଥିବା ଧାନ ଫସଲ ନଡ଼ା ଓ ଲଟା ବୁଦାରେ ଆଜି ୧୨ ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗି ରହିଥିବା ବେଳେ ଅଞ୍ଚଳରେ ଧୂଆଁ ଧୂଆଁ ହୋଇ ଯାଇଥିଲା। ଯାହା ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ନିଆଁ ଧୀରେ ଧୀରେ ବ୍ୟାପୁଥିବା ଦେଖି ଲୋକେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ଅଧିକାରୀ ସନତ ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ହାବିଲଦାର ଦେବରାଜ ସାରକା, ଏଫଏମଡି ଶିବ କିଶାନ, ଏଫଏଫ ବ୍ରଜକିଶୋର ମହାରଣା,ସୁଧାଂଶୁ ଶେଖର ଦାସ, ଶରତ ଚନ୍ଦ୍ର ବେହେରା, ମନୋଜ ଦାଣ୍ଡିଆ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିବା ସହିତ ନିଆଁକୁ ଆୟତ କରିବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା। ସେହିପରି ସେହିପରି ଲାଞ୍ଜିଗଡ଼-ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ରାସ୍ତାର ଟାଙ୍ଗନକଣା ଛକରେ ନିକଟରେ ଥିବା ଏକାଧିକ ଧାନ ଫସଲ ନଡ଼ାରେ ନିଆଁ ଲାଗି ରହିଥିବା ବେଳେ ତାକୁ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିଥିବା ଦେଖିବାକୁ ମିଳିଥିଲା।




