ରାସ୍ତା ସ୍ଥାନାନ୍ତରକୁ ନେଇ ବେଲବାହାଳି ଗ୍ରାମବାସୀଙ୍କ ବିରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରତ୍ୟେକ ଗାଁକୁ ସରକାରଙ୍କ ମୌଳିକ ସୁବିଧା ପହଞ୍ଚିବ ସରକାରୀ ଯୋଜନାରୁ କେହିଁ ମଧ୍ୟ ବଞ୍ଚିତ ରହିବେ ନାହିଁ, ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଓ ଗମନାଗମନ ଭଳି ରହିଥିବା ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେଥି ମାଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ବ୍ୟବସ୍ଥା ରହିଛି। ହେଲେ ଏବେବି ଅନେକ ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପହଞ୍ଚି ପାରିନାହିଁ। ଯାହାବି ରାସ୍ତା ପହଞ୍ଚିଛି ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ବେଳେ ନୂତନ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ସ୍ଥାନାନ୍ତରିତକୁ ନେଇଁ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ମେଲବାହାଲି ଗାଁରେ। ସୂଚନା ଅନୁସାରେ ବିଜେପୁର ଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଠାରୁ ମେଲବାହାଲି ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ ସର୍ଭେ ଓ ଟେଣ୍ଡର ପ୍ରକ୍ରିୟା ସମେତ ରାସ୍ତା ମାପ ମଧ୍ୟ ସରି ସାରିଥିଲା ହେଲେ କୌଣସି କାରଣରୁ ସେହି ରାସ୍ତାକୁ ମେଲବାହାଲି ଗାଁରେ ନିର୍ମାଣ ନ କରି ସେହି ଟେଣ୍ଡର ହୋଇଥିବା ରାସ୍ତାକୁ ପୋଡ଼ସୀ ଗାଁ ବଣ୍ଡେଲ ପଡ଼ାରେ ନିର୍ମାଣ ହେଉଥିବାରୁ ଗ୍ରାମବାସି ଅସନ୍ତୋଷ ପ୍ରକାଶ କରିବା ଶହ ଗ୍ରାମବାସୀ ତୀବ୍ର ବିରୋଧ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ତେବେ କେଉଁ କାରଣରୁ ସେହି ପ୍ରକଳ୍ପ ଅନ୍ୟ ଗାଁକୁ ସ୍ଥାନାନ୍ତର କରାଯାଇଛି ତାହା ଏବେ ବିରାଟ ବଡ଼ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ କୌଣସି ରାଜନୀତି ଚାପ ଯୋଗୁ ଏହି ରାସ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ଗ୍ରାମବାସି ଅଭିଯୋଗ ଆଣିଛନ୍ତି। ତେବେ କାହିଁକି ଓ କେମିତି ଅନ୍ୟ ଗାଁକୁ ଏହି ରାସ୍ତା ସ୍ଥାନାନ୍ତର କରାଯାଇଛି ବୋଲି ଗ୍ରାମବାସିଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ଏନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅସିତ୍ ଖୋଟୁଆଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଫୋନ୍ କଲ ଗ୍ରହଣ କରିନଥିଲେ ଯାହାଦ୍ୱାରା କୈଣସି ପ୍ରତିକ୍ରିୟା ମିଳିପାରିନାହିଁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.