ହାତୀଶାଳା ଘାଟି ମଝିରେ ଫସିଲା ଟ୍ରଲର: ଯାତାୟାତ ସଂପୂର୍ଣ୍ଣ ଠପ, ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଥିଲା ଶତାଧିକ ଯାନବାହନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଜେପୁର ଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ହାତୀଶାଳା ଘାଟି ବିପଦ ସଂକୁଳ ଅବସ୍ଥାରେ ରହିଛି। ଆଜି ସକାଳୁ ସାଢ଼େ ୮ ଘଣ୍ଟା ମଧ୍ୟରେ ଏକ ଟ୍ରଲର କୌଣସି କାମରେ ନିୟୋଜିତ ପାଇଁ ଏକ କ୍ରେନ କୋମାତ୍ସୁ ନେଇ ଘାଟିରେ ଚଡୁଥିବା ସମୟରେ ପଛକୁ ଗଡି ଆସି ମଝି ରାସ୍ତାର ବଂଜାରୀ ମନ୍ଦିର ନିକଟରେ ଫସି ଯାଇଥିଲା।ଯାହା ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯାଇଥିଲା। ତେବେ ଏଥିରେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଘାଟି ଅଞ୍ଚଳର ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଘାଟିର ଦୁଇ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକ ରଖିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ଦୀର୍ଘ ୮ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ଖମାଖିଆଲି ମନଭାବ ଓ ରାସ୍ତାର ରକ୍ଷଣାବେକ୍ଷଣ ଅଭାବରୁ ଧିରେଧିରେ ସଂକୀର୍ଣ୍ଣ ହୋଇଆସୁଛି। ଫଳରେ ଏହି ଘାଟି ରାସ୍ତାରେ ସଦାବେଳେ ଦୁର୍ଘଟଣା ମାନ ବୃଦ୍ଧି ପାଉଛି। ହାତୀଶାଳ ଘାଟିର ଏହି ସଂକୀର୍ଣ୍ଣ ରାସ୍ତାକୁ ନେଇ ବିଭିନ୍ନ ସମୟରେ ଦାବି ଉଠାଇ ଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ ଗ୍ରାମ୍ୟ ଉନ୍ନୟନ ବିଭାଗ। ବିଶ୍ୱନାଥପୁର ଠାରୁ ମୂଷାନାଲ ପର୍ଯ୍ୟନ୍ତ ଦୀର୍ଘ ୧୫କିମି ଖାଲଖମାରେ ପରିପୂର୍ଣ୍ଣ ରହିଥିବା ବେଳେ ସେ ମଧ୍ୟରେ ରହିଛି ବିପଦ ପୂର୍ଣ୍ଣ ହାତୀଶାଳ ଘାଟି। ଏହି ଘାଟି ଦେଇ ଅନେକ ଭାରିଜାନ ଯାତାୟାତ କରୁଥିବା ବେଳେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ିକୁ ରାସ୍ତା ଦେଇ ହେଉନି ଫଳରେ ନାନାଦି ସମସ୍ୟା ଦେଖା ଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସି ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଦେଖ ଶୁଣ ଚୁପ ରୁହ ନୀତି ଅବଲମ୍ବନ କରୁଛନ୍ତି । ଏହି ଘାଟି ରାସ୍ତକୁ ପ୍ରଶସ୍ତିକରଣ କରା ନ ଗଲେ ଆଗାମୀ ଦିନରେ ବଡ ଦୁର୍ଘଟଣା ମାନ ହେବାର ସମ୍ଭାବନା ରହୁଛି। ଏଣୁ ଜିଲ୍ଲା ପ୍ରଶାସନ ଏହି ରାସ୍ତାର ଦୁର୍ବ୍ୟବସ୍ଥା ପ୍ରତିଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.