ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ):
ଦେଓଗାଁ ତା ୨୮/୦୨ ଚଳିତ ଶିକ୍ଷା ବର୍ଷରେ ଆଞ୍ଚଳିକ ସାଧନ କେନ୍ଦ୍ର ବଡବନ୍ଧର ଅଷ୍ଟମ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୋଲିଶ୍ବର ଧରୁଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଆରପି ଭାବେ ବଡ଼ବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ଯାଦୁ ପେଟି, ଶିକ୍ଷଣ ସୋପାନ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଆଦି ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ଦିଲିପ ପଧାନ, ଜ୍ୟୋତ୍ସ୍ନା ଷାଣ୍ଢ, ଅରବିନ୍ଦ ପ୍ରଧାନ, ପ୍ରଶାନ୍ତ ଗଡତ୍ୟା, ଜ୍ୟୋତିଲାଲ ସାହୁ, କୈଳାସ ଚନ୍ଦ୍ର ଭୋଇ,ମିକି ଭୋଇ, ସୁଶାନ୍ତ ସାହୁ,ଅଶ୍ବିନୀ ନାୟକ,ଆଲୋକିନି ପ୍ରଧାନ, ସୁଜିତ ମିଶ୍ର , ମଧୁସୂଦନ ଭୋଇ, ଅଚ୍ୟୁତ ପ୍ରଧାନ,ଲୁଚନ ଛତ୍ରୀଆ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ।




