‘ସତସଙ୍ଗ ମାଧ୍ୟମରେ ଜନ୍ମ ବାର୍ଷିକ ଉତ୍ସବ ପାଳନ ଏକ ସୁନ୍ଦର ପରମ୍ପରା’

ମହିଚଳା ଗ୍ରାମରେ ଦିବ୍ୟ ସତସଙ୍ଗ

ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବ୍ଳକ ମହିଚଳା ଗ୍ରାମରେ ଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ପବିତ୍ର ଉପସ୍ଥିତିରେ ଏକ ଦିବ୍ୟ ସତସଙ୍ଗ ଓ ଧାର୍ମିକ କାର୍ଯ୍ୟକ୍ରମ ଶ୍ରଦ୍ଧାଭକ୍ତି ସହ ଆୟୋଜିତ ହୋଇଥିଲା। ଏହି ପାବନ  ଆୟୋଜନ କରିଥିଲେ ଗ୍ରାମର ମମିତା ନାଏକ ଓ ପ୍ରମୋଦ କୁମାର ନାଏକ କାଳୀକୃଷ୍ଣ କୃପାରୁ ପ୍ରାପ୍ତ ହୋଇଥିବା କନ୍ୟା ସନ୍ତାନ “କ୍ରିଷ୍ଣା” ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ଅବସରରେ। ସତସଙ୍ଗ ଅବସରରେ ଶ୍ରୀ ଜଗଦାନନ୍ଦଜୀ ମହାରାଜ ଓ ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ମହୋଦୟ ଭକ୍ତମାନଙ୍କୁ ଧାର୍ମିକ ଉପଦେଶ ଓ ଆତ୍ମିକ ପ୍ରେରଣା ଦେଇଥିଲେ। ତାଙ୍କ ଅମୃତମୟ ବାଣୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ପରିବେଶକୁ ଭକ୍ତିମୟ କରିଥିଲା।

କାଳୀକୃଷ୍ଣ ଭଗବାନଙ୍କ କୃପା କରୁଣାରୁ ଦମ୍ପତିଙ୍କ କନ୍ୟା ସନ୍ତାନ ‘କ୍ରିଷ୍ଣା’ କନ୍ଦାଗଡ ଠାରେ ଅନୁଷ୍ଠିତ ବିଶ୍ୱ ଶାନ୍ତି ମହାବିଷ୍ଣୁ ଯଜ୍ଞ ଚରୁ ଅନ୍ନ ସେବନ କରି ପ୍ରାପ୍ତ ହୋଇଥିଲେ। ଗ୍ରାମବାସୀ ଓ ଭକ୍ତମାନଙ୍କ ବ୍ୟାପକ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ପ୍ରସାଦ ସେବନ ସହ ଧାର୍ମିକ ଅନୁଷ୍ଠାନର ସମାପନ ହୋଇଥିଲା। ଏହି ପବିତ୍ର ଅବସର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ସହ ସମସ୍ତଙ୍କ ମନରେ ଅନନ୍ୟ ଆନନ୍ଦ ଖେଳିଯାଇଥିଲା।

ଏହି କାର୍ଯ୍ୟକ୍ରମରେ କାଳୀକୃଷ୍ଣ ସଂଘର ଶ୍ରୀ ଗିରିଜାନନ୍ଦ, ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ଶ୍ରୀ ଲକ୍ଷ୍ମୀକାନ୍ତ ଖମାରୀ ସମେତ ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ କୈଳାସ ଚନ୍ଦ୍ର ନାଏକଙ୍କ ପରିବାର ସହିତ ଓ ମହିଚଳା ଶାଖା ସଂଘ କାର୍ଯ୍ୟକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.