ବାଗପୁରର ଜଣେ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଗପୁର ଗ୍ରାମର ଗଣ୍ଠି ମାଝୀ (୬୧) ଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ଫରେଷ୍ଟର ଭବାନୀ ନାଏକ ଓ ଫରେଷ୍ଟ ଷ୍ଟାଫ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି। ଖବର ନେବାରୁ ଜଣାପଡ଼ିଛି ଯେ ଗଣ୍ଠି ସବୁଦିନ ଭଳି ସକାଳୁ ବାଗପୁର ଗାଁ ଶେଷ ମୁଣ୍ତରେ ରହିଥିବା ନିଜ ଜମିକୁ ଯାଇ କିଛି କାମ କରୁଥିଲେ। ଏହି ସମୟରେ ହାତୀ ଆସି ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଏହି ଘଟଣା ଆଜି (ସୋମବାର) ପୂର୍ବାହ୍ନ ୧୦.୩୦ ରେ ଘଟିଥିବା ସୂଚନା ମିଳିଛି। ‘ରେଞ୍ଜ ଅଧିକାରୀ ଓ ଅନ୍ୟ ଅଧିକାରୀ ବୃନ୍ଦ ଘଟଣା ସ୍ଥଳକୁ ଆସୁଛନ୍ତି। ନର୍ଲା ପୋଲିସ କୁ ମଧ୍ୟ ଖବର କରା ଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ’ ବୋଲି ନର୍ଲା ଫରେଷ୍ଟର ଭବାନୀ ନାଏକ କହିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୫ ବର୍ଷ ହୋଇଗଲା ନର୍ଲାର ବାଗପୁର, ଭଟାଙ୍ଗ, ତିତକେଲା, ଭଟାଖମାର, କମେ ଗାଁ ପ୍ରଭୃତି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଛି। ଧାନ ଚାଷ ଆରମ୍ଭ ହେବା ସମୟରୁ ହାତୀ ଆସିଲେ ଗାଁ ନିକଟସ୍ଥ ଜଙ୍ଗଲ ମାନଙ୍କୁ ରହି ଯାଉଛନ୍ତି। ଏବଂ ବିଭିନ୍ନ କ୍ଷୟ କ୍ଷତି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.