ଚାଞ୍ଚଡା ସାହିରେ ପାନୀୟ ଜଳ ଓ ରାସ୍ତା ସମସ୍ୟା ସୁଧାର ହେବ କେବେ???

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଚାଞ୍ଚଡାସାହିରେ ବିଶୁଦ୍ଧ ପାନୀୟ ଜଳ ଓ ରାସ୍ତା ସମସ୍ୟାକୁ ନେଇ ଅଭିଯୋଗ ହୋଇଛି। ଚାଞ୍ଚଡାସାହି ବ୍ଲକ ସଦରମହକୁମା ଠାରୁ ପ୍ରାୟ ଏକ କିମି ଦୂରରେ ରହିଛି ଏଠାରେ ପ୍ରାୟ ୨୫ ରୁ ଉର୍ଦ୍ଧ ପରିବାର ରହିଥିବାଥିବା ବେଳେ ଦୁଇଟି ନଳ କୂପ ରହିଛି। ଗୋଟିଏ ନଳ କୂପରୁ ଖରାପ ପାଣି ବାହାରୁଥିବା ବେଳେ ଅନ୍ୟ ନଳ କୂପରୁ ୧୦ ରୁ ୧୨ ହାଣ୍ଡି ପାଣି ବାହାରୁଥିବା ସାହି ବାସିନ୍ଦା କହିଛନ୍ତି। ଖରାପ ନଳ କୂପରେ  ବାସନ ମଜା ଓ ଲୁଗାପଟା ସଫା କରୁଥିବାବେଳେ ଭଲ ଥିବା ନଳକୂ ପରୁ କମ ପାଣି ବାହାରୁଥିବାରୁ ଗ୍ରାମର ମହିଳା ମାନେ ପାଟି ତୁଣ୍ଡ ସହ ବେଳେ ବେଳେ ମାରପିଟ ମଧ୍ୟ ହୋଇଥାନ୍ତି। ଏହାକୁ ନେଇ ନିକଟରେ ଥିବା ଦେବଗିରି ନାଳର ଅପରିଷ୍କାର ପାଣି ଆଣି ଘରୋଇ ବ୍ୟବହାର କରି ବିଭିନ୍ନ ରୋଗାକ୍ରାନ୍ତ ରେ ପଡୁଥିବା ସାହି ବାସିନ୍ଦା କହିଛନ୍ତି। ଏହି ସାହିବାସିନ୍ଦା ସମସ୍ତେ ଦୈନିକ କୁଲି ମଜୁରିଆ ଅଟନ୍ତି। ଏମାନେ ସକାଳୁ ରୋଷେଇ କରି ନିଜ ନିଜ କାମରେ ବାହାରି ଯାଇ ଫେରିବା ପରେ ବିଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ହନ୍ତସନ୍ତ ହୋଇଥାନ୍ତି। ବିଶୁଦ୍ଧ ପାନୀୟ ଜଳ ଓ ରାସ୍ତା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିବା ପରେ ଆଇ ଟି ଡିଏ ତରଫରୁ କିଛି ଦୂର ପର୍ଯ୍ୟନ୍ତ ରାସ୍ତାରେ ମାଟି ପକାଇ ଛାଡି ଦେଇଛନ୍ତି କିନ୍ତୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରି ନଥିବା କହିଛନ୍ତି। ବର୍ତ୍ତମାନ ଖରା ଦିନ ଆସିଲାଣି ଦେବଗିରି ନାଳର ପାଣି ଶୁଖିଯିବ ଓ ନଳ କୁପର ପାଣି ଆହୁରୀ କମି ଯିବ ବୋଲି ଜୟନ୍ତୀ କାଡ୍ରାକା, କାମେଶରାଓ କାଡ୍ରାକା, ଲକ୍ଷ୍ମଣ କାଡ୍ରାକା, ମୀନାରାଓ କାଡ୍ରାକା, କୁଡୁଞ୍ଜି ପ୍ରାସ୍କା ପ୍ରମୁଖ ସାହିବାସିନ୍ଦା କହିଛନ୍ତି। ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଏହାକୁ ଦୃଷ୍ଟି ଦେଇ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗୁହାରି କରିଛନ୍ତି। ଏ ସମ୍ପର୍କରେ କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ସେ କହିଲେ ଉକ୍ତ ଗ୍ରାମରେ ନଳ କୂପ ଖୋଳା ଯାଇଥିଲା କିନ୍ତୁ ପାଣି ବାହାରିଲା ନାହିଁ ବର୍ତମାନ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରି ସ୍ୱଜଳ ଧାରା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବା ରୁ ମୁଁ ଅବଗତ ଅଛି ପୂର୍ବରୁ ଦୁଇ ଥର ଖୋଳା ଗଲେ ବି ପଥର ଯୋଗୁଁ ପାଣି ବାହାରି ନାହିଁ ବର୍ତ୍ତମାନ ପୁରୁଣା ନଳ କୂପକୁ ମରାମତି କରାଯିବ ତାହା ଠିକ ହୋଉ କି ନ ହୋଉ ମେଗା ପ୍ରକଳ୍ପ ଦ୍ୱାରା ଘରକୁ ଘର ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.