ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପିଭିଟିଜି ବାଳକ ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଛି। ପ୍ରଧାନଶିକ୍ଷକ ହରି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟକାନ୍ତ ଭୋଇ ମୁଖ୍ୟ ଅତିଥି,ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାର ସିଂହ, ଲାଞ୍ଜିଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପାର୍ଥିବ ତାଣ୍ଡି, ଲାଞ୍ଜିଗଡ଼ କ୍ଲଷ୍ଟର ସଂଯୋଜକ ଜଳନ୍ଦର ମାଝୀ, ସ୍କୁଲ ପରିଚାଳନା କମିଟି ଉପ ସଭାପତି ରାଜେନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଏହି ଅବସରରେ ଅତିଥିମାନେ କୃତି ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ବିଦ୍ୟାଳୟର ବାର୍ଷିକ ପଠନ କରିଥିଲେ।ସ୍କୁଲ ଶିକ୍ଷକ ପଦ୍ମନ ମାଝୀ, ଚିତ୍ତ ମାଝୀ, ରାଜେନ୍ଦ୍ର ମାଝୀ, ବାଣୀପଙ୍ଗା ବାଳିକା ହାଇସ୍କୁଲର ଶିକ୍ଷକ ଯୋଗେଶ୍ଵର ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରୀ ସରିତା ମାଝୀ ଏବଂ ରୁକ୍ମଣି ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶିକ୍ଷକ ଯୋଗେଶ୍ଵର ମାଝୀ ଧନ୍ୟବାଦ ଦେଇଥିଲେ।




