ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ପକ୍ଷରୁ ସହୀଦ ହୋଇଥିବା ତିନି ସ୍ୱାଧୀନତା ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ ଙ୍କ ଉଦେଶ୍ୟରେ ଆଜି ଶାନ୍ତିବନ ପୋଖରୀ, ନଳକୂଅ ଓ ବଣଭୋଜି ପରିସର ସଫେଇ କରାଯାଇଛି। ଏଥିରେ ଅଥିତି ଭାବେ ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲା ଶିକ୍ଷାବିଭାଗ ଅଧ୍ୟାପିକା ଜ୍ୟୋତିମାଳ ରାଉତ, ମୁଡିଙ୍ଗର ପୂର୍ବତନ ସରପଞ୍ଚ ଟଙ୍କଧର ନାଏକ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭ୍ୟା ନିବେଦିତା ପ୍ରିୟଦର୍ଶିନୀ ସାହୁ, ରେଖାଞ୍ଜଳି ସାହୁ, ଝିଲିରାଣୀ ସାହୁ, ରଶ୍ମିତା ସାହୁ, ସୁମିତ୍ରା ସାହୁ, ଲଳିତ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଠାକୁର ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।





