ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଓଡ଼ିଆ ବାର୍ତ୍ତା / ଭବାନୀପାଟଣା: ସ୍ଥାନୀୟ ଶିକ୍ଷକ ଭବନ ଠାରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥପାଠ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶପଥପାଠ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ରାଜ୍ୟ ଉପସଭାପତି ଦୀପକ ରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବି ପଟ୍ଟନାୟକ, ଶିକ୍ଷାବିତ୍ ଶିବପ୍ରସାଦ ବେହେରା ଉପସ୍ଥିତ ଥିଲେ। 

ଉପଦେଷ୍ଟା ମଣ୍ଡଳୀଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ପଦ୍ମଲୋଚନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପଧାନ, ଉପସଭାପତି ବୀରେନ୍ଦ୍ର ବାଗ, ସୁରେନ୍ଦ୍ର କୁମାର ଦୋରା, ଉପସଭାନେତ୍ରୀ ବସୁମତୀ ସାହୁ, ସଂଗଠନ ସମ୍ପାଦକ ଶିବପ୍ରସାଦ ଦାସ, ଜିଲ୍ଲା ଯୁଗ୍ମ ସମ୍ପାଦକ ବେଣୁଧର ବିଶ୍ୱାଳ, ସୁବାଷ ବାଗ, ତରଙ୍ଗ ଚଣ୍ଡୀ, ଜିଲ୍ଲା ସଂଯୋଜକ ଭାବରେ କ୍ଷୀରସାଗର ସାହୁ ଏବଂ ଜିଲ୍ଲା କୋଷାଧ୍ୟକ୍ଷ ଭାବରେ ତପନ କୁମାର ବେହେରା ଶପଥ ନେଇଥିଲେ। ଏହି ସଭାର ମଞ୍ଚ ପରିଚାଳନା ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ କରିଥିଲେ। କାର୍ଯ୍ୟକ୍ରମରେ ୧୩ ଟି ବ୍ଲକର ସଭାପତି, ସମ୍ପାଦକ, କର୍ମକର୍ତ୍ତା ସହ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.