ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚହଗାଁ ଘୁଗୁରପଲା ସ୍ଥିତ ମାଆ ତାରିଣୀ ପୀଠରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି। ଏନେଇ ସୋମବାର କଳସ ଯାତ୍ରା ପରେ ମନ୍ଦିର ପରିସରରେ ମାଆଙ୍କ ପୂଜାରମ୍ଭ ସହ, ହୋମ ଯଜ୍ଞ, ଚଣ୍ଡୀପାଠ ଏବଂ ମାଆଙ୍କ ଝୁଲଣ ହୋଇଥିଲା। ସନ୍ଧ୍ୟାରେ ବିଭିନ୍ନ ସଂକୀର୍ତନ ଦଳ ମାନଙ୍କ ଦ୍ୱାରା ସଂକୀର୍ତନ ବୈଠକ ସହ ପ୍ରବଚନ ହୋଇଥିଲା। ଏଥିରେ ପୂଜକ ଭାବରେ ଧବଳେଶ୍ୱର ପାତ୍ର, ସୁଦେଷ୍ଣା ପାତ୍ର ଏବଂ କର୍ତ୍ତା ଭାବରେ କର୍ତ୍ତା ଶ୍ୟାମ ପାତ୍ର ଏବଂ ଲତା ପାତ୍ର, ଅଶୋକ କୁମାର ତ୍ରିପାଠୀ କାର୍ଯ୍ୟ ସମ୍ପାଦନ କରିଥିଲେ। ଦୂରଦୂରାନ୍ତରରୁ ପ୍ରାୟ ଶତାଧିକ ଭକ୍ତଙ୍କ ଆଗମନ ହୋଇଥିଲା।





