ଅଲ ଓଡିଶା ରାତ୍ରୀକାଳୀନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): ପ୍ରହରାଜପୁର ନିହାନ ମହଲା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅଲ ଓଡିଶା ଏକ ଦିବସୀୟ ରାତ୍ରୀକାଳୀନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବରେ କଟକ ସଦର ବ୍ଲକ ଅଧକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତ, ପ୍ରହରାଜ ପୁର ସରପଞ୍ଚ ଅବଦୁଲ ୱାହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ, ଚିତ ରଂଜନ ସାହୁ ଯୋଗଦେଇ ଥିଲେ। ଏଥିରେ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ ରଘୁନାଥପୁର ରଞ୍ଜନ ସ୍ପୋର୍ଟିଂ ଦଳ ଓ ଜଗତସିଂହପୁର ଘନଭି ଦଳ ମଧ୍ୟରେ ହୋଇଥିଲା। ଘନଭି ଚ୍ୟାଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ କରି ୬ ଓ଼ଭର ରେ ୬ ୱାଇକେଟ ହରାଇ ୩୫ ରନ କରିଥିଲା ବେଳେ ରଞ୍ଜନ ସ୍ପୋର୍ଟିଂ ୨ ୱାଇକେଟ ବାକି ଥାଇ ୩୬ ରନ କରି ମ୍ୟାଚ କୁ ଜିତିଥିଲା। ଏଥିରେ ଏମ ଡ଼ି.ଫିରୋଜ,ଅତାଉର ରହମାନ, ଏମ. ଡ଼ି. ଗୋଲାମ ହାଇଦର, ତାଜ ଉଦ୍ଦିନ,ସେଖ୍ ସାଦିକ, ଇସଲାମ ଖାନ, ରାଜିବୁଲ୍ଲା ଖାନ, ସେଖ୍ ତୌହିଦ, ସେଖ୍ ଜାହାଙ୍ଗୀର ଅଲ୍ଲୀ, ଅବଦୁଲ ସତ୍ତାର, ଅବଦୁଲ ଅଫତର, ସାରୁଖ ଖାନ, ସେଖ୍ ସାବିର ଅଲ୍ଲୀ, ସେଖ୍ ସାଜିତ, ସେଖ୍ କରିମ, ସେଖ୍ ରଫିକ ଉଦ୍ଦିନ, ସେଖ୍ ଫୈଜଲ, ସୋହେଲ ଖାନ, ଆବୁ ତାହେର, ମୋରାଦ ଉଦ୍ଦିନ ଖାନ, ଅରମାନ, ତଫାଜୁଲ ରହମାନ, ଅବଦୁଲ ରହମାନ, ଏମ. ଡ଼ି.ଗୋଲାମ ଗଉସ, ଆୟୁବ ଖାନ, ଦିଦାର ଖାନ, ସେଖ୍ ଖାଲି, ସେଖ୍ ସିରାଜ ଅହମ୍ମଦ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.