କିଡିଙ୍ଗ ଠାରେ ଜାତୀୟ ଖାଦ୍ୟ ତୈଳ ବିହନ ମିଶନ ଅଧୀନରେ ଚାଷୀଙ୍କୁ ତାଲିମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ କଳାହାଣ୍ଡି ପକ୍ଷରୁ ଜାତୀୟ ଖାଦ୍ୟ ତୈଳ ବିହନ ମିଶନ ଅଧୀନରେ ଚାଷୀଙ୍କୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଉ ଅଳ୍ପଦିନ ମଧ୍ଯରେ ଅମଳ ହୋଇଥିବା ସୂର୍ଯ୍ୟମୁଖୀ ପେଡିବା ପାଇଁ ଏକ ତେଲ ମିଲ ସ୍ଥାପିତ ହେବ। ଏହାକୁ ପରିଚାଳନା ପାଇଁ ପୁର୍ବରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ପ୍ରଡ୍ବୁସର କମ୍ପାନୀ ଗଠନ କରାଯାଇଛି। ତେଣୁ ଉକ୍ତ ତେଲ ମିଲର ପରିଚାଳନା, ଖରିଫ ଓ ରବି ଋତୁରେ କିଭଳି ସୂର୍ଯ୍ୟମୁଖି ଚାଷ ଅମଳ ହେବ ଓ ସୂର୍ଯ୍ୟ ମୁଖି ମଞ୍ଜିକୁ କିଭଳି ସୁରକ୍ଷିତ ରହିବ ସେ ନେଇ ତାଳିମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ ସରପଞ୍ଚ ମମତା ଶବର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଏଲଏମ ଡିପିଏମ ସି.କେ ବେହେରା, ମିଶନ ଶକ୍ତି ଡିପିସି ସୁମନ ଦ୍ବିବେଦୀ, ଓରମାସ ଡେପୁଟି ସିଇଓ ଭକ୍ତି ପଟ୍ଟନାୟକ, ଡିପିଏମ ଓରମାସ ପ୍ରକାଶ ଚନ୍ଦ୍ର ବେହେରା, ଏଡିଓ ନର୍ଲା ଶିଶିର କୁମାର ବିଶି, ଲାଞ୍ଜିଗଡ଼ ବ୍ଲକ କୃଷି ଅଧିକାରୀ ପ୍ରବୀଣ କୁମାର ସାହୁ, ଲାଞ୍ଜିଗଡ଼ ରୋଡ କ୍ଷେତ୍ର ପରିଦର୍ଶକ ଭାସ୍କର ମାଝୀ, ମିଶନ ଶକ୍ତି ବିପିଏସିଏ ଯୁଗେଶ୍ବର ଶବର ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ। ଏଥିରେ କିଡିଙ୍ଗ, କାଉଗୁଡା, ସିକେରକୁପା, ମାଡିବନ୍ଦା ର ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। କୃଷକ ସାଥି ଗଣେଶ ଶବର,ଭୂର୍ତେଶ୍ବର ଶବର ଇଶ୍ଵର ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.