ଘର ଭିତରେ ଓଢ଼ଣୀ ଦେଇ ଯୁବକଙ୍କ ଆତ୍ମହତ୍ୟା! 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ମଟକେରା ଗ୍ରାମ ଖମନପଡାର ଯୁବକ ଭୀଷ୍ମ ବିଭାର(୨୪) ଘର ଭିତରେ ବେକରେ ଓଢ଼ଣା ଲଗେଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନାନୁସାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭୀଷ୍ମ ରାଗିଯାଇ ଘର ଭିତରକୁ ଯାଇ କବାଟ ଭିତରପଟୁ ବନ୍ଦ କରି ଦେଇଥିବା ବେଳେ ତାର ସ୍ତ୍ରୀ ନିକଟସ୍ଥ ସମ୍ପର୍କୀୟ ଘରକୁ ଚାଲିଯାଇଥିଲା। କିଛି ସମୟ ପରେ ସ୍ତ୍ରୀ ଘରକୁ ଫେରିବା ପରେ ଘର କବାଟ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ଭିତରପଟୁ ବନ୍ଦ ଥିଲା। କବାଟ ବାଡେଇବା ପରେ ନଖୋଲିବାରୁ ପରିବାର ଲୋକଙ୍କୁ ଡାକି କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଭିତରକୁ ପଶି ଦେଖିବାକୁ ପାଇଲା ବେଳେ ଘର ଭିତର ଆଜବେଷ୍ଟ ପାଇପରେ ନିଜ ବେକରେ ଓଢ଼ଣା ଗୁଡେଇ ହୋଇ ଓହଳି ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତଳକୁ ଓଲ୍ଲାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚିକତ୍ସା ପରେ ମୃତ ଘୋଷଣା କରିଥିଲେ। ଖବରପାଇ ବିଶ୍ୱନାଥପୁର ଥାନାଧିକାରୀଙ୍କ ନେତୃତ୍ୱରେ ଏଏସଆଇ ପ୍ରବୀଣ କୁମାର ରଥ ପୋଲିସ ବଳ ସହିତ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ମଙ୍ଗଳବାର ରାତି ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରି ନଥିଲା ଏ ନେଇ ବିଶ୍ୱନାଥପୁର ଥାନାରେ କେଶ ନଂ ୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ ବୁଧବାର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.