ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବିଜେପି ଦଳର ସାଧାରଣ ସମ୍ପାଦକ ନିରଞ୍ଜନ ମହାନନ୍ଦିଆଙ୍କ ତତ୍ୱାବଧାନରେ ଆଜି ପଶ୍ଚିମ ବଙ୍ଗ, ଆସାମ ଓ ପଣ୍ଡୁ ଳଚେରୀରେ ନିର୍ବାଚନ ଫଳା ଫଳକୁ ନେଇ ମହା ବିଜୟ ଉତ୍ସବ ପାଳନ କରାଯାଇଛି | ଏହି ପରିପେକ୍ଷୀରେ ମଣ୍ଡଳ ସଭାପତି ଅଜିତ କୁମାର ପାଣିଗ୍ରାହୀ, ଜାଡ଼ି ଅନିଲ କୁମାର, କଲ୍ୟାଣସିଂହପୁର ବ୍ଲକର ଦୃଢ଼ ସଙ୍ଘଠକ ସନ୍ଦୀପ କୁମାର ଗୁଡଲା ଏବଂ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ |





