ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ୟୁନିସେଫ୍ ଓ ଓଡିଶା ପୁଲିସ ମିଳିତରେ ଜୁଭେନ୍ତିକା ସଚେତନତା ଶିବିର ଥାନା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପୁଲିସ ମହା ନିର୍ଦ୍ଧେଶକ (ଡିଜି) ୟୋଗେସ କୁମାର ଖୁରାନିଆ ବଡ଼ ପରଦାରେ ଭିଡିଓ ମାଧ୍ୟମରେ ଯୁବତୀ ମାନଙ୍କୁ ସଚେତନତା କରିଥିଲେ । ଏଥିରେ ପିଲାମାନଙ୍କୁ ଇଣ୍ଟରନେଟ୍ ସୁରକ୍ଷା ବିଷୟରେ ସଚେତନ କରିବା ସାଇବର ବୁଲିଂ, ଅନଲାଇନ୍ ଠକେଇ ଓ ଅଶ୍ଳୀଳ କଣ୍ଟେଣ୍ଟ ଠାରୁ ସୁରକ୍ଷା ଦେବା,ସୋସିଆଲ୍ ମିଡିଆର ସଠିକ୍ ବ୍ୟବହାର ଶିଖାଇବା, ପିଲାମାନଙ୍କ ଡିଜିଟାଲ୍ ଅଧିକାର ଓ ଗୋପନୀୟ ରକ୍ଷା କରିବା, ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ସୁରକ୍ଷା ବିଷୟରେ ଜଣାଇବାପିଲାମାନଙ୍କ ସହ ଜଡିତ ସାଇବର ଅପରାଧ ରୋକିବାରେ ପୋଲିସକୁ ପ୍ରଶିକ୍ଷଣ ଦେବା,ସାଇବର ଅପରାଧ ଘଟିଲେ କେମିତି ଅଭିଯୋଗ କରିବେ ସେଥିପାଇଁ ସହଯୋଗ କରିବା । ଏଥିରେ ଥାନା ଅଧିକାରୀ କଳ୍ପନା ବେହେରା, ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀଣି ମମତା ରାଣୀ ଦାସ,ଅଙ୍ଗନୱାଡି ସୁପରଭାଇଜର ଜ୍ୟୋସ୍ନାରାଣୀ ପଣ୍ଡା, ରେଣୁ ବାଳା ପାଇକ, ଏଏସ ଆଇ ଦିଲ୍ଲୀପ ମାଝୀ, ସଞ୍ଜୟ ପଟ୍ଟନାୟକ ସମେତ ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିର କୁ ସ୍ଥାନୀୟ ପୁଲିସ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।





